କଂଗ୍ରେସର ୬ ଘଂଟିଆ ହରତାଳ : ସାମିଲ ହେଲେ କଂଗ୍ରେସ ନେତା ଜୟଦେବ ଜେନା; କହିଲେ କଂଗ୍ରେସକୁ ଡରୁଛି ବିଜେଡି

158

କନକ ବ୍ୟୁରୋ : ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସର ୬ ଘଂଟିଆ ହରତାଳ । ସକାଳ ୬ଟାରୁ ଦିନ ୧୨ଟା ଯାଏଁ କଂଗ୍ରେସ କରୁଛି ହରତାଳ । ସୁର ରାଉତରାୟଙ୍କ ସହ କଂଗ୍ରେସକର୍ମୀ ମାଷ୍ଟରକ୍ୟାଂଟିନ ଛକରେ ପ୍ରତିବାଦ କରୁଛନ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ହାତରେ ପ୍ଲାକାଡ ଧରି ମନ୍ତ୍ରୀ ବହିଷ୍କାର ଓ ଗିରଫ ଦାବି କରି ପ୍ରତିବାଦ କରାଯାଉଛି । ଧାରଣାରେ ସାମିଲ ଅଛନ୍ତି କଂଗ୍ରେସ ନେତା ଜୟଦେବ ଜେନା ।

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଆଜିର ଆନ୍ଦୋଳନର ପ୍ରଭାବ ପଡ଼ିଛି, ଲୋକମାନେ ସମଥର୍ନ କରିଛନ୍ତି। ଆନ୍ଦୋଳନକୁ ପ୍ରଭାବହୀନ କରିବା ପାଇଁ ବିଜେଡି ଚକ୍ରାନ୍ତ କରିଛି । ବିଜେଡି କଂଗ୍ରେସକୁ ଡରୁଚି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରାନଯିବା ଯାଏଁ ଆନ୍ଦୋଳନ ଚାଲିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଉଛି । ତେବେ ଜରୁରୀକାଳୀନ ସେବାରେ ନିଯୁକ୍ତ ବ୍ୟକ୍ତିବିଶେଷ, ମୋଟରଯାନ ଓ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଯିବାର ସୁଯୋଗ ଦିଆଯାଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି । ଏଯାବତ୍ ସବୁଠି ହରତାଳ ଶାନ୍ତିପୂର୍ଣ୍ଣ ରହିଛି ।