ପ୍ରାର୍ଥୀ ଚୟନକୁ ନେଇ ବର୍ଷିଲେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । କହିଲେ , କିଛି ଆତ୍ମଘାତୀ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଆଗକୁ ବଢିପାରୁନି ଦଳ ।

Advertisment
ପ୍ରାର୍ଥୀ ଚୟନକୁ ନେଇ ବର୍ଷିଲେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । କହିଲେ , କିଛି ଆତ୍ମଘାତୀ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଆଗକୁ ବଢିପାରୁନି ଦଳ ।

କନକ ବ୍ୟୁରୋ: ପ୍ରାର୍ଥୀ ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । ରାଜ୍ୟ କଂଗ୍ରେସରେ କିଛି ଆତ୍ମଘାତୀ କାର୍ଯ୍ୟକର୍ତାଙ୍କ ପାଇଁ ଓଡ଼ିଶାରେ କଂଗ୍ରେସ ଆଗକୁ ଯାଇପାରୁନାହାନ୍ତି ବୋଲି ସୁଦର୍ଶନ ଦାସ କହିଛନ୍ତି । ଜଳେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଦଳର ଦୁର୍ଦ୍ଦିନ ସମୟରେ ଜଳେଶ୍ୱର କଂଗ୍ରେସରେ ସେ ମଙ୍ଗ ଧରିଥିଲେ । ଚାଷୀଙ୍କ ଅଭାବୀ ଧାନ ବିକ୍ରି, ଟାଟା ପାୱାରର ଶୋଷଣ ଓ ଜୁଲମ, ମଦ ଓ ନିଶାର ପ୍ରସାର, ଜଳ ନିଷ୍କାସନ ସମସ୍ୟା ଆଦି ସେ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ଲଗାତର ଭାବେ ଏସବୁ କାମ କଲା ପରେ କଂଗ୍ରେସ ଶକ୍ତିଶାଳୀ ହୋଇଥିଲା । ଜଳେଶ୍ୱରରେ ଦଳ ଜିତିବା ସମ୍ଭାବନା ସୃଷ୍ଟି ହୋଇଥିଲା । ହେଲେ ଦଳ ତାଙ୍କୁ ଟିକେଟ୍ ନଦେବା ପଛରେ କ’ଣ କାରଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe