କଂଗ୍ରେସ ମୁଖପାତ୍ରଙ୍କୁ ଆଶାୟୀ ପ୍ରାର୍ଥୀଙ୍କ ଉପରେ ମନ୍ତବ୍ୟ ଦେବାକୁ ବାରଣ କଲା ଦଳ, ଶଶି ଥରୁରଙ୍କୁ କଟାକ୍ଷ କରିଥିଲେ ଗୌରବ ଭହ୍ଲବ

Advertisment
କଂଗ୍ରେସ ମୁଖପାତ୍ରଙ୍କୁ ଆଶାୟୀ ପ୍ରାର୍ଥୀଙ୍କ ଉପରେ ମନ୍ତବ୍ୟ ଦେବାକୁ ବାରଣ କଲା ଦଳ, ଶଶି ଥରୁରଙ୍କୁ କଟାକ୍ଷ କରିଥିଲେ ଗୌରବ ଭହ୍ଲବ

କନକ ବ୍ୟୁରୋ : ଆସନ୍ତାକାଲି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହେଉଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ଉପରେ ମନ୍ତବ୍ୟ ଦେବାକୁ ଦଳର ମୁଖପାତ୍ର ମାନଙ୍କୁ ବାରଣ କରିଛି କଂଗ୍ରେସ । ଶଶି ଥରୁର ସଭାପତି ନିର୍ବାଚନ ଲଢିବା ଉପରେ କଂଗ୍ରେସ ନେତା ଗୌରଭ ଭହ୍ଲବ ତାଙ୍କୁ ବ୍ୟଙ୍ଗ କରିବା ସହ ଅଶୋକ ଗେହଲଟଙ୍କୁ ସମର୍ଥନ କରିଥିଲେ । ଏହାର ଦିନକ ପରେ ଦଳ ପକ୍ଷରୁ ଏଭଳି ନୋଟିସ୍ ଜାରୀ କରାଯାଇଛି । କଂଗ୍ରେସର ସାଧାରଣ ସମ୍ପାଦକ ଜୟୀରାମ ରମେଶ ଶୁକ୍ରବାର ସମସ୍ତ ମୁଖପାତ୍ର ଏବଂ ପଦାଧିକାରୀମାନଙ୍କୁ କିଏ ନିର୍ବାଚନ ଲଢିବ ତାହା ଉପରେ ମନ୍ତବ୍ୟ ଦେବାକୁ ବାରଣ କରଛନ୍ତି । ଆମ ସମସ୍ତଙ୍କର ନିଜସ୍ୱ ଇଛା ଅଛି କିନ୍ତୁ ଭାରତରେ କଂଗ୍ରେସ ହେଉଛି ଏକମାତ୍ର ଦଳ ଯେଉଁଠି ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ ଏହାକୁ ଆମେ ଗୁରୁତ୍ୱ ଦେବାର ଦରକାର ବୋଲି କହିଛନ୍ତି ଜୟୀରାମ ରମେଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe