ବିରୋଧୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ତାତ୍ସଲ୍ୟ ! କହିଲେ ବନ୍ୟା ସମୟରେ କୁକୁର, ବିଲେଇ ଓ ନେଉଳ ଏକାଠି ହେବା ପରି ଏକାଠି ହେଉଛନ୍ତି ମୋଦି ବିରୋଧୀ

Advertisment
ବିରୋଧୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ତାତ୍ସଲ୍ୟ ! କହିଲେ ବନ୍ୟା ସମୟରେ କୁକୁର, ବିଲେଇ ଓ ନେଉଳ ଏକାଠି ହେବା ପରି ଏକାଠି ହେଉଛନ୍ତି ମୋଦି ବିରୋଧୀ

କନକ ବ୍ୟୁରୋ: ବିରୋଧୀଙ୍କୁ ତାତ୍ସଲ୍ୟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ମୁମ୍ବାଇର କର୍ମୀ ସମ୍ମିଳନୀରେ ଉଦବୋଧନ ଦେବାବେଳେ ଶାହା କହିଛନ୍ତି, ବନ୍ୟା ସମୟରେ ଗଛ ଉପରେ ଏକାଠି ହୋଇଥାନ୍ତି ସାପ, ନେଉଳ, କୁକୁର ଏବଂ ବିଲେଇ । ସେହିପରି ମୋଦିଙ୍କ ଲୋକପ୍ରିୟ ବନ୍ୟା ଆଗରେ ବିରୋଧୀ ଏହି ଜନ୍ତୁଙ୍କ ପରି ଏକାଠି ହେଉଛନ୍ତି ବୋଲି ଅମିତ ଶାହା କହିଛନ୍ତି ।

publive-image

ଆସନ୍ତା ୨୦୧୯ ନିର୍ବାଚନକୁ ସେମାନେ ମିଳିତ ଭାବେ ନିର୍ବାଚନ ଲଢିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି । କିନ୍ତୁ ଆଗାମୀ ନିର୍ବାଚନରେ ପୁଣି ଥରେ ମୋଦି ସରକାର ହେବ ଏବଂ ବିପୁଳ ସମର୍ଥନ ପାଇବ ବୋଲି ଅମିତ କହିଛନ୍ତି । ତେବେ ଏଥିପାଇଁ ଗାଁ ଗାଁକୁ କର୍ମୀଙ୍କୁ ଯିବାକୁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଅମିତ ଶାହାଙ୍କ ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ବିରୋଧୀ ।

publive-image

ତେବେ ବିରୋଧୀ ଦଳଗୁଡ଼ିକୁ କୁକୁର, ବିରାଡ଼ି, ସାପ ଆଦି କହିଥିବାରୁ ଏହି ବୟାନକୁ ନେଇ ରାଜନୀତି ସରଗରମ ହୋଇଛି। ବିରୋଧୀ ମେଣ୍ଟ ଦେଖି ବିଜେପି ଭୟଭୀତ ହୋଇ ଏଭଳି ବୟାନବାଜି କରୁଥିବା କଂଗ୍ରେସ କହିଛି। କଂଗ୍ରେସ ନେତା ରଣଦୀପ ସୂର୍ୟେଓ୍ଵାଲା କହିଛନ୍ତି ଯେ ବିଜେପିର ଭାଷାରୁ ଏହାର ଚେହେରା ଧରାପଡ଼ିଯାଉଛି। ବିରୋଧୀ ଦଳକୁ ସମ୍ମାନ ଦେବା ପରିବର୍ତ୍ତେ ଅଶାଳୀନ ଭାଷା ପ୍ରୟୋଗ କରି ସେ ନିଜ ହିନମନ୍ୟତାକୁ ପ୍ରମାଣିତ କରିଛନ୍ତି ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe