ମନ୍ଦିରରେ ପୂଜା କରିବା ସମୟରେ ପଡିଗଲେ ଶଶି ଥରୁର। କଂଗ୍ରେସ ନେତାଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘାତ

ମନ୍ଦିରରେ ପୂଜା କରିବା ସମୟରେ ପଡିଗଲେ ଶଶି ଥରୁର। କଂଗ୍ରେସ ନେତାଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘାତ

କନକ ବ୍ୟୁରୋ: କେରଳର ତିରୁବନନ୍ତପୁରମ୍ ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଶଶି ଥରୁର ଆହତ ହୋଇଛନ୍ତି । କେରଳୀ ନବବର୍ଷ ବିଷୁ’ ଅବସରରେ ‘ତୁଳାଭରମ୍’ ପୂଜା ନିମନ୍ତେ ଶଶି ଥରୁର ନିକିତିରେ ବସିଥିବା ବେଳେ ତାହା ଭାଙ୍ଗି ପଡ଼ିବାରୁ ସେ ଆହତ ହୋଇଥିଲେ। ‘ତୁଳାଭରମ୍’ ପୂଜାରେ କର୍ତ୍ତା ନିଜ ଓଜନର ନୈବେଦ୍ୟ ଦିଅଁଙ୍କୁ ଅର୍ପଣ କରି ଥାଆନ୍ତି।

publive-image

ତୁରନ୍ତ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ମୁଣ୍ଡରେ ଛଅଟି ଷ୍ଟିଚ୍ ପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ବିଶ୍ରାମ ନେବା ପାଇଁ ତାଙ୍କୁ ଡାକ୍ତରମାନେ ଉପଦେଶ ଦେଇଛନ୍ତି। ମେ ୨୩ ତାରିଖରେ ହେବାକୁ ଥିବା ନିର୍ବାଚନରେ ଥରୁର ତୃତୀୟ ଥର ଲାଗି ତିରୁବନନ୍ତପୁରମରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଆଜି କେରଳରେ ନବବର୍ଷ ‘ବିଷୁ’ ପାଳନ କରାଯାଉଛି ଓ ଯାତ୍ରୀମାନେ ମନ୍ଦିରକୁ ଯାଇ ଦିଅଁ ଦର୍ଶନ ଓ ‘ତୁଳାଭରମ୍’ ଦାନ କରୁଛନ୍ତି। ‘ତୁଳାଭରମ୍’ରେ ସାଧାରଣତଃ ଫଳ, ଘିଅ, ଚାଉଳ, ଚିନି ଓ ଗୁଡ଼ ଆଦି ନୈବେଦ୍ୟ ଅର୍ପଣ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe