କନକ ବ୍ୟୁରୋ: ଲୋକସଭା ଓ ବିଧାନସଭାରେ ରାଜ୍ୟର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀରେ କସରତ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ଯାଏଁ ବସିଥିବା ବୈଠକରେ ୭ ଲୋକସଭା ଓ ୫୦ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି । ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ନବରଙ୍ଗପୁର ଲୋକସଭା ଆସନରୁ ପ୍ରଦୀପ ମାଝୀ, ଓ କଳାହାଣ୍ଡିରୁ ଭକ୍ତ ଦାସ ନିର୍ବାଚନ ଲଢିବେ । ସେହିପରି କୋରାପୁଟର ସପ୍ତଗିରି ଇଲାକା ଓ ବ୍ରହ୍ମପୁରରୁ ଭି. ଚନ୍ଦ୍ରଶେଖର ନାଇଡୁଙ୍କ ନାଁ ଉପରେ ମୋହର ବାଜିଛି ବୋଲି ସୂଚନା ମିଳିଛି । ସେପଟେ ସୁନ୍ଦରଗଡରୁ ଜର୍ଜ ତିର୍କୀଙ୍କୁ କଂଗ୍ରେସ ଲୋକସଭା ପ୍ରାର୍ଥୀ କରିପାରେ ।
ଓଡିଶା ରାଜନୀତରେ ୨୦୧୯ ସାଧାରଣ ନିର୍ବାଚନ କଂଗ୍ରେସ ପାଇଁ ଅଗ୍ନୀପରୀକ୍ଷାର ବେଳ । କାରଣ ୨୦୦୦ ମହିସାରେ କଂଗ୍ରେସ କ୍ଷମତାରୁ ଯିବା ପରେ ଆଉ କ୍ଷମତାକୁ ଫେରିବ କଣ, ସେବେଠାରୁ ଦେଶର ଏହି ସବୁଠାରୁ ପୁରୁଣା ଦଳର ଲୋକପ୍ରିୟତା ଖସିବାରେ ଲାଗିଛି । ତେଣୁ ଏଥିର ପ୍ରାର୍ଥୀ ଚୟନକୁ ବେଶ୍ ଗୁରୁତ୍ୱ ଦେଉଛି ଦଳ । ଗତକାଲି ଦିଲ୍ଲାରେ ବିସିଥିବା ସ୍କ୍ରିନିଂ କମିଟି ବୈଠକରେ ୭ ଲୋକସଭା ଓ ୫୦ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ୂଡାନ୍ତ ଗୋଇଥିବା ଜଣାପଡିଛି ।
ବିଶେଷ ସୂତ୍ରରୁ ମିଳଇଥିବା ଖବର ଅନୁସାରେ, ନବରଙ୍ଗପୁରରୁ ଦଳ ପ୍ରଦୀବ ମାଝୀଙ୍କୁ ଠିଆ କରିବା ପାଇଁ ସ୍ଥିର କରିଛି । ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବଳଭଦ୍ର ମାଝୀଙ୍କଠାରୁ ମାତ୍ର ୨ ହଜାର ଭୋଟରେ ହାରି ଯାଇଥିଲେ ପ୍ରଦୀବ ମାଝି । ସେପଟେ, କଳାହାଣ୍ଡି ଲୋକସଭା ଆସନରୁ ଭକ୍ତଦାସଙ୍କୁ ପ୍ରାର୍ଥୀ କରିବା ପାଇଁ କଂଗ୍ରେସ ସ୍କ୍ରିନିଂ କମିଟି ବୈଠକରେ ସ୍ଥିର ହୋଇଥିବା ଜଣା ପଡିଛି । ଗତ ୨୦୧୪ ନିର୍ବାଚନରେ ଭକ୍ତ, ତୃତୀୟ ସ୍ଥାନରେ ରହି, ୩ ଲକ୍ଷ ୮ ହଜାର ଭୋଟ ପାଇବାରେ ସକ୍ଷମ ହୋଇଥିଲେ ।
ସେପଟେ, କୋରାପୁଟରୁ ଗୁପ୍ତଗିରି ଉଲାକା ଓ ବ୍ରହ୍ମପୁରରୁ ଭି. ଚନ୍ଦ୍ରଶେଖର ନାଇଡୁଙ୍କ ନାଁ ଚୂଡାନ୍ତ ହୋଇଥିବା ଜଣାପଡିଛି । ତେବେ ଆଉ କେତେ ଜଣଙ୍କ ନଆକୁ ନେଇ ସ୍କ୍ରିନିଂ କମିଟିରେ ଆଲୋଚନା ହୋଇଥିବା ନେଇ ଖବର ମିଳିଛି । ସୁନ୍ଦରଗଡରୁ ଜର୍ଜ ତିର୍କି, ବରଗଡରୁ କିଶୋର ପଟେଲ, ଜଗତସିଂହପୁରରୁ ବିଭୁ ତରାଇ, ଭୁବନେଶ୍ୱର ସିପିଏମ ମେଣ୍ଟ, ଆସ୍କା ସିପିଆଇ ମେଣ୍ଟ, ମୟୂରଭଂଜ ଜେଏମମ ମେଣ୍ଟ, କେନ୍ଦ୍ରପଡାରୁ ଧରଣୀଧର ନାୟକ ଏବଂ କନ୍ଧମାଳରୁ ଚନ୍ଦ୍ର ଶେଖର ପରିଡାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ମାର୍ଚ୍ଚ ୧୬ ତାରିଖ ସଂଧ୍ୟା କିମ୍ବା ୧୭ ତାରିଖ ସକାଳେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/NETA.jpg)
/kanak/media/post_attachments/wp-content/uploads/2019/03/RAHUL-300x169.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-03-20h16m16s664-300x240.png)
/kanak/media/post_attachments/wp-content/uploads/2019/03/rahul-gandhi-waving-hand-congress-symbol-300x175.jpg)