କନକ ବ୍ୟୁରୋ: ରାୟଗଡ଼ାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ପ୍ରାର୍ଥୀ ଚୂଡାନ୍ତ ହେବା ପରେ ଏକାଠି ହେଲେ କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କ ସହ ୬ ବିଧାୟକ ପ୍ରାର୍ଥୀ । ଶହ ଶହ ସଂଖ୍ୟାରେ କର୍ମୀ ଓ ନେତାଙ୍କ ସହ ପଦଯାତ୍ରାରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବା ପରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମନ୍ଦିରରେ ପହଞ୍ଚି ମା’ ମଝିଘରିଆଣିଙ୍କ ଆଶୀର୍ବାଦ ନେଇଥିଲେ । ଏହି ପଦଯାତ୍ରାରେ ଏଆଇସିସି ସଭ୍ୟା ରତ୍ନମଣି ଉଲକା, ପିସିସି ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ପଣ୍ଡା, ସମ୍ପାଦକ ସୀମାଞ୍ଚଳ ଉଲାକା, ପୂଜା ଉଲାକା ପ୍ରମୁଖ ସାମିଲ ହୋଇଥିଲେ ।