କନକ ବ୍ୟୁରୋ: ଦିଲ୍ଲୀରେ ଆରମ୍ଭ ହୋଇଛି କଂଗ୍ରେସ ସ୍କ୍ରିନିଂ କମିଟିର ବୈଠକ । ଦିଲ୍ଲୀର ସର୍ଦ୍ଦାର ପଟେଲ ମାର୍ଗ ସ୍ଥିତ ହିମାଚଳ ଭବନରେ ବୈଠକ ଚାଲିଛି । କମିଟି ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । କମିଟିର ଦୁଇ ସଦସ୍ୟ ସୁରଜ ହେଗଡେ ଓ ସାଫି ପରମବିଲ ବୈଠକରେ ଉପସ୍ଥିତ ଅଛନ୍ତି । ଏହି ବୈଠକରେ ୧୦ଟି ଲୋକସଭା ଓ ୬୦ଟି ବିଧାନସଭା ଆସନକୁ ନେଇ ଆଲୋଚନା ହେବ । ପ୍ରଭାରୀ ଅଜୟ କୁମାରଙ୍କ ସହ ପ୍ରଭାରୀ ଖ୍ରୀଷ୍ଟୋଫର ତିଲବ ଓ ସାହନୱାଜ ଚୌଧୁରୀ ବୈଠକରେ ଉପସ୍ଥିତ ଅଛନ୍ତି । ଓଡ଼ିଶା ପିିସିସି ସଭାପତି ଓ କଂଗ୍ରେସ ବିଧାୟକ ଦଳ ନେତା ବି ଏହି ବୈଠକରେ ଅଛନ୍ତି । କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକାରୁ ଓଡିଶା ବାଦ୍ ପଡିଛି । ଆଜିର ବୈଠକରେ ଓଡିଶା ପାଇଁ ପ୍ରାର୍ଥୀ ତାଲିକା ଉପରେ ନିଷ୍ପତି ନିଆଯିବ । ତେଣୁ ଟିକେଟ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଦିଲ୍ଲୀରେ ଲେଖାଯିବ ବୋଲି କୁହାଯାଉଛି । କିଏ କଂଗ୍ରେସ ଟିକେଟ ପାଇବ, କେଉଁ ଲୋକସଭା ଓ ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବେ । ବୈଠକ ପରେ ପ୍ରତି ନିର୍ବାଚନମଣ୍ଡଳିର ଚୂଡାନ୍ତ ନାମ ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ କମିଟି ପାଖକୁ ପଠାଯିବ ।