କନକ ବ୍ୟୁରୋ: ନୂଆ ରାଜ୍ୟପାଳ ରଘୁବର ଦାସ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଔପଚାରିକ ସାକ୍ଷାତ କରିବା ପରେ ଜୋର ଧରିଛି ରାଜନୀତି । ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଭେଟିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଅଭିଯୋଗ କରି କହିଛି, ରାଜ୍ୟପାଳ ପରମ୍ପରା ଭଙ୍ଗ କରିଛନ୍ତି । ଗତକାଲି ରାଜ୍ୟପାଳ ରଘୁବାର ଦାସ ନବୀନ ନିବାସ ଯାଇଥିଲେ । ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ତେବେ ଯେହେତୁ ରାଜ୍ୟପାଳ ରଘୁବର ଦାସ ସାମ୍ବିଧାନିକ ପଦରେ ଅବସ୍ଥାପିତ ଏପରି ସ୍ଥିତିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଏହି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ରାଜ୍ୟପାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏହାପରେ ସେ ତରବରିଆ ଭାବେ ଆସି କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏବଂ ସେ ଏପରି ଆସି ମୁଖ୍ୟମନ୍ତ୍ରୀଙ୍କୁ କ’ଣ ବାର୍ତ୍ତା ଦେଲେ ବୋଲି ପ୍ରଶ୍ନ କରିଛନ୍ତି ପଞ୍ଚାନନ କାନୁନଗୋ । ପରମ୍ପରା କାହିିଁକି ଭଙ୍ଗ ହେଲା ତାର ଉତ୍ତର ରାଜ୍ୟପାଳଙ୍କ ଅଫିସ ଦେଉ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/18-13.jpg)