ବିସିସିଆଇ ଉପରେ ଉଠିଲା ପ୍ରଶ୍ନ । କ’ଣ ପାଇଁ କପିଲ ଦେବଙ୍କୁ ଦିଆଗଲାନି ନିମନ୍ତ୍ରଣ? ବିରୋଧୀଙ୍କ ଆପତ୍ତି, ପଚାରିଲେ ପ୍ରଶ୍ନ
କନକ ବ୍ୟୁରୋ : ବିଶ୍ୱକପ ୨୦୨୩ ସରିଛି । ଟିମ ଅଷ୍ଟ୍ରେଲିଆ ପିନ୍ଧିଛି ଚାମ୍ପିୟନ ମୁକୁଟ । ନିରାଶ ହେଲେ ରୋହିତ ବାହୀନି । ଏହି ଘଟଣାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନିରାଶ ଖେଳିଛି । ସେପଟେ ଅନ୍ୟ ଏକ ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ବିଶ୍ୱକପର ବିଶାଳ ଆୟୋଜନରେ କ’ଣ ପାଇଁ ପୂର୍ବତନ କ୍ରିକେଟର ତଥା ଭାରତୀୟ ଟିମର ପୂର୍ବତନ ଅଧିନାୟକ କପିଲ ଦେବଙ୍କୁ ନିମନ୍ତ୍ରଣ କରାଯାଇନଥିଲା ତାକୁ ଏନେଇ ଏବେ ପ୍ରଶ୍ନ କରିଛନ୍ତି ବିରୋଧୀ । କହିବାକୁ ଗଲେ କ୍ରିକେଟରେ ଲାଗିଛି ରାଜନୀତିର ରଙ୍ଗ । ବିରୋଧ କହିଛନ୍ତି ଯାହାଙ୍କ ନେତୃତ୍ୱରେ ଭାରତୀୟ ଟିମ ୧୯୮୩ ମସିହାରେ ବିଶ୍ୱକପ ବିଜୟୀ ହୋଇଥିଲା ତାଙ୍କୁ ପାଶୋରି ଯାଇ ନିମନ୍ତ୍ରଣ ନକରିବା କେତେଦୂର ଉଚିତ ଥିଲା । ଅଭିନେତା, ରାଜନେତା, ବ୍ୟବସାୟୀଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା ଅଥଚ କପିଲ ଦେବଙ୍କୁ କ’ଣ ପାଇଁ ଅଣଦେଖା କରାଗଲା

Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଟୁଇଟ କରି ଘଟଣାକୁ ନିନ୍ଦନୀୟ କହିଛନ୍ତି । କ୍ରିକେଟ କିମ୍ବଦନ୍ତୀ କପିଲ ଦେବଙ୍କୁ ନିମନ୍ତ୍ରଣ ନକରାଯିବା ଏକ ଦୁଖଦ ଘଟଣା ଓ ଏହାକୁ ସ୍ୱିକାର କରିହେବନି । ଦଳ କହିଛି ରାଜନୀତିରୁ କୌଣସି କ୍ଷେତ୍ର ବାଦ ପଡୁନି ତେଣୁ କ୍ରିକେଟକୁ ନେଇ ରାଜନୀତି ହବା ଏକ ସାଧାରଣ କଥା ।
ନିକଟରେ କପିଲ ଦେବ ଏକ ଟିଭି ସାକ୍ଷାତକାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଶ୍ୱକପ ଫାଇନାଲରେ ତାଙ୍କୁ କିମ୍ବା ୧୯୮୩ ଟିମକୁ ନିମନ୍ତ୍ରଣ ମିିଳିନଥିବା କହିଥିଲେ ।
ଫାଇନାଲ ମ୍ୟାଚ୍ ୱାନଖେଡେ ଷ୍ଟାଡିୟମ ବଦଳରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବା , ମ୍ୟାଚ୍ ଦେଖିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ପହଂଚିବା ବିଜେପିର ଏକ ଚାଲ ବୋଲି କହିଛି ଶିବସେନା ।