ନିର୍ବାଚନୀ ଋତୁରେ ସରଗରମ ରାଜନୀତି: କଂଗ୍ରେସ କହିଲା ଛତିଶଗଡରେ ଦଳ କ୍ଷମତାକୁ ଆସିଲେ କେଜିରୁ ପିଜି ଯାଏଁ ମିଳିବ ମାଗଣା ଶିକ୍ଷା

240

କନକ ବ୍ୟୁରୋ: ନିର୍ବାଚନ ଋତୁରେ ଜୋରଦାର ଚାଲିଛି ପ୍ରଚାର । ଶନିବାର ଛତିଶଗଡରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜନସଭାକୁ ସମ୍ବୋଧିତ କରିଛନ୍ତି । କାଙ୍କେରରେ ଆୟୋଜିତ ସଭାରେ ଯୋଗ ଦେଇ ରାହୁଲ ରାଜ୍ୟବାସୀଙ୍କୁ ମାଳ ମାଳ ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ସରକାରକୁ ପୁଣି ଥରେ ଫେରିଲେ କେଜିରୁ ପିଜି ଯାଏଁ ।ମାଗଣା ଶିକ୍ଷା ଦିଆଯିବ । ଛତିଶଗଡର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ୱ ଦିଆଯିବ । ଏଥିସହ ଗୌତମ ଆଡାନୀ ଓ ବିଜେପି ସରକାରଙ୍କ ବନ୍ଧୁତା ଦେଶକୁ ବଡ କ୍ଷତି କରୁଥିବା ରାହୁଲ କହିଛନ୍ତି । ଦେଶର ଅଧିକାଂଶ ଖଣି. ବିମାନ, ପୋର୍ଟ ଆଡାନୀଙ୍କ ହାତରେ ରହିଛି ଓ ଏହାକୁ ରୋକିବା ଜରୁରୀ ବୋଲି କହିଛନ୍ତି ରାହୁଲ ।

ସେପଟେ ମଧ୍ୟପ୍ରଦେଶରେ ରାଲି କରି ବିଜେପି ସରକାରଙ୍କ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା । ମଧ୍ୟପ୍ରଦେଶର ବଡ ପରିବର୍ତନର ଆବଶ୍ୟକତା ରହିଛି । ଗତ ୧୮ବର୍ଷର ଶାସନରେ ବିଜେପି ସରକାର ରାଜ୍ୟର ଉନ୍ନତି ପାଇଁ ନୁହେଁ ବଂର ଦୁର୍ନୀତି ପାଇଁ କାମ କରିଛି ।ଏଥିସହ ଜାତିଗଣନା ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ।