କନକ ବ୍ୟୁରୋ : ଶନିବାର ଦିନ କଂଗ୍ରେସ ତାର ସାଂଗଠନିକ ପରିବର୍ତ୍ତନ କରିଛି । ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ଟିମର ଘୋଷଣା କରିଛନ୍ତି । ଏହି କ୍ରମରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ପଦରୁ ବିଦା କରାଯାଇଛି । ତାଙ୍କ ସ୍ଥାନରେ ଅଭିନାଶ ପାଣ୍ଡେଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ସଚିନ ପାଇଲଟଙ୍କୁ ଛତିଶଗଡର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି ।

Advertisment

କେବଳ ଏହି ଦୁଇଟି ରାଜ୍ୟ ନୁହେଁ ବିହାରର ପିସିସି ପ୍ରଭାରୀଙ୍କୁ ବଦଳ କରି ମୋହନ ପ୍ରକାଶଙ୍କୁ ଦିଆଯାଇଛି । ରାଜସ୍ଥାନର ପ୍ରଭାରୀ ଭାବେ ସୁଖଜିନ୍ଦର ସିଂ ରନ୍ଧୱାଙ୍କୁ ଦାୟୀତ୍ୱ ଦିଆଯାଇଛି । ସେହିଭଳି ଦୀର୍ଘଦିନ ଧରି ଓଡିଶା କଂଗ୍ରେସ ପ୍ରଭାରୀ ଭାବେ ଦାୟୀତ୍ୱ ସମ୍ଭାଳିଥିବା ଚେଲ୍ଲା କୁମାରଙ୍କ ସ୍ଥାନରେ ଅଜୟ କୁମାରଙ୍କୁ ଦାୟୀତ୍ୱ ମିଳିଛି ।

ସୂଚନା ଥାଉ କି, ଡିସେମ୍ବର ୨୧ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏହି ବୈଠକରେ ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ଉପରେ ବିଶ୍ଳେଷଣ କରାଯାଇଥିଲା ।