କନକ ବ୍ୟୁରୋ: ବିଜେଡି ପରି କଂଗ୍ରେସ ବି ଭରଷା ନୂଆ ମୁହଁ ଉପରେ । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ କଂଗ୍ରେସ ୬ଲୋକସଭା ଭିତରୁ ୪ଟି ଆସନରେ ନୂଆ ମୁହଁକୁ ପ୍ରାର୍ଥୀ କରିଛି । ସେହିଭଳି ୩୬ ବିଧାନସଭାରୁ ୨୩ଟିରେ ଦେଇଛି ନୂଆ ମୁହଁ । ୨୦୧୪ରେ ନିବାଚନ ଲଢ଼ିଥିବା ପ୍ରାର୍ଥୀ ୨୦୧୯ ପାଇଁ ବଦଳାଇଛି କଂଗ୍ରେସ । ପୁରୁଣାଙ୍କୁ ହଟାଇ ନୂଆଙ୍କ ଉପରେ ଭରଷା କରିଛି ଦଳ । ଘୋଷିତ ହୋଇଥିବା ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ବରଗଡରୁ ଅମର ପ୍ରଧାନଙ୍କ ସ୍ଥାନରେ ପ୍ରଦୀପ କୁମାର ଦେବତା, ସୁନ୍ଦରଗଡାରୁ ହେମାନନ୍ଦ ବିଶ୍ୱାଳଙ୍କ ସ୍ଥାନରେ ଜର୍ଜ ତିର୍କୀ, କନ୍ଧମାଳରୁ ମନୋଜ କୁମାର ଆଚାର୍ଯ୍ୟ ଓ ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁଙ୍କ ସ୍ଥାନରେ ଭି.ଚନ୍ଦ୍ରଶେଖର ନାଇଡୁଙ୍କୁ ଦଳ ଭରଷା କରିଛି । ତେବେ କଳାହାଣ୍ଡିରୁ ଭକ୍ତ ଚରଣ ଦାସ, ନବରଙ୍ଗପୁରରୁ ପ୍ରଦୀପ ମାଝିଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ କରିଛି ।
ସେହିପରି ଘୋଷଣା ହୋଇଥିବା ୩୬ଟି ବିଧାନସଭା ଆସନ ମଧ୍ୟରୁ ୨୩ଟି ବିଧାନସଭା କ୍ଷେତ୍ର ପାଇଁ ନୂଆ ମୁହଁ ଦେଇଛି । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ଅନୁଯାୟୀ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ୩ଜଣଙ୍କ ନାଁ ରହିଛି । ନରସିଂହ ପୂର୍ବଭଳି ବଲାଙ୍ଗୀର ଆସନରୁ ନିର୍ବାଚନ ଲଢ଼ିବେ । ବିଧାୟକ ଭୁଜବଳ ମାଝୀଙ୍କୁ ତାଙ୍କ ନିର୍ବାଚନ କ୍ଷେତ୍ର ଡାବୁଗାଁରୁ ଓ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଜୟପୁରରୁ ପ୍ରାର୍ଥୀ କରାଯାଇଛି । ତେବେ କଂଗ୍ରେସ ଘୋଷଣା କରିଥିବା ଆସନ ମଧ୍ୟରୁ କୋରାପୁଟ ଲୋକସଭା କ୍ଷେତ୍ର ଓ ୯ଟି ବିଧାନସଭା ଆସନ ପାଇଁ ବି ନିଷ୍ପତି ଝୁଲି ରହିଛି ।
କେଉଁ ବିଧାନସଭା କ୍ଷେତ୍ରରୁ କାହାକୁ ପ୍ରାର୍ଥୀ କରିଛି କଂଗ୍ରେସ
ପଦ୍ମପୁର- ପୂର୍ବତନ ବିରୋଧୀଦଳ ମୁଖ୍ୟ ସଚେତକ ସତ୍ୟଭୁଷଣ ସାହୁ ଏଥର ପୁଣି ପଦ୍ମପୁର ଆସନରୁ ନିର୍ବାଚନ ଲଢ଼ିବେ ।
ବରଗଡ -ନିପନ ଦାସ
ଅତାବିରା - ନିହାର ମହାନନ୍ଦ
ବୀରମିତ୍ରପୁର - ରୋହିତ ଯୋଶେଫ ତିର୍କି
ରାଜଗାଙ୍ଗପୁର - ଡାକ୍ତର ସିଆର ରାଜନ
ବୀରମହାରାଜପୁର -ବିନୋଦ କୁମାର ପାତ୍ର
ବଲାଙ୍ଗୀର- ନରସିଂହ ମିଶ୍ର
ନୂଆପଡା - ଘାସିରାମ ମାଝୀ
ଖଡିଆଳ- ଅଧିରାଜ ପାଣିଗ୍ରାହୀ
ଝରିଗାଁ - ଉଲଧର ମାଝୀ
ନବରଙ୍ଗପୁର - ସଦନ ନାୟକ
ଡାବୁଗାଁ - ଭୁଜବଳ ମାଝୀ
ବ୍ରହ୍ମପୁର -ଲିଙ୍ଗରାଜ
ଦିଗପହଁଣ୍ଡି- ବିସ୍ମୟ ମହାପାତ୍ର
ଚିକିଟି -ସୁଭାଷ ଚନ୍ଦ୍ର ରାଉତ
ମୋହନା- ଡ. ଦାଶରଥୀ ଗମାଙ୍ଗ
ଲାଞ୍ଜିଗଡ - ଶିବାଜୀ ମାଝୀ
ଧର୍ମଗଡ -ଦିଗମ୍ବର ଦୁରିଆ
ବାଲିଗୁଡା -ସିମନ ମଲ୍ଲିକ
ଫୁଲବାଣୀ - କିଶୋର ଚନ୍ଦ୍ର କଅଁର
ପୋଲସରା - ହରିଚରଣ ସ୍ୱାଇଁ
ଦଶପଲ୍ଲା - ପ୍ରଶାନ୍ତ କୁମାର ନାୟକ
ଭଞ୍ଜନଗର - ସଞ୍ଜୟ କୁମାର ତ୍ରିପାଠୀ
କବିସୂର୍ଯ୍ୟନଗର - ବିଜୟ କୁମାର ସାହୁ
ଆସ୍କା - ମନୋଜ କୁମାର ଜେନା
ସାନଖେମୁଣ୍ଡି - ରମେଶ ଚନ୍ଦ୍ର ଜେନା
ହିଞ୍ଜିଳି - ରାମକୃଷ୍ଣ ପଣ୍ଡା
ଗୁଣୁପୁର- ପୁରୁଷୋତମ ଗମାଙ୍ଗ
ବିଷମ କଟକ- ନୀଳମାଧବ ହିକା
ଜୟପୁର- ତାରାପ୍ରସାଦ ବାହିନୀପତି
କୋରାପୁଟ-କୃଷ୍ଣଚନ୍ଦ୍ର କୁଲଦୀପ
ପଟାଙ୍ଗୀ- ରାମଚନ୍ଦ୍ର କଡାମ
ମାଲକାନଗିରି - ମାଲା ମାଢ଼ି
ଚିତ୍ରକୋଣ୍ଡା - ଲକ୍ଷ୍ମୀପ୍ରିୟା ନାୟକ