୩ରାଜ୍ୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ : ପାଟଣା ଆସନରୁ ଲଢ଼ିବେ ଭୁପେଶ ବାଘେଲ, ଛିନ୍ଦୱାଡ଼ାରୁ ଲଢ଼ିବେ କମଳନାଥ

206

କନକ ବ୍ୟୁରୋ : ୫ରାଜ୍ୟର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ପରେ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି । ୩ରାଜ୍ୟ ପାଇଁ ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ମଧ୍ୟପ୍ରଦେଶର ୧୪୪, ତେଲେଙ୍ଗାନାର ୫୫ ଓ ଛତିଶଗଡ଼ର ୩୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ମଧ୍ୟପ୍ରଦେଶ ଛିନ୍ଦୱାଡା ଆସନରୁ କମଳନାଥଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ବୁଧନୀ ଆସନରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିରୋଧରେ ଦଳ ବିକ୍ରମ ମାସ୍ତଲଙ୍କୁ ପ୍ରାର୍ଥୀ କରିଛି । ଛତିଶଗଡ଼ ପାଟନ ଆସନରୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଦଳ ପ୍ରାର୍ଥୀ କରଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଟିଏସ ସିଂଦେଓଙ୍କୁ ଅମ୍ବିକାପୁର ଆସନରୁ ପ୍ରାର୍ଥୀ କରିଛି । ଅନ୍ୟପଟେ ତେଲେଙ୍ଗାନାର ୫୫ଆସନ ପାଇଁ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିଛି ।