କନକ ବ୍ୟୁରୋ: ଓଡିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା କଂଗ୍ରେସ । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ଏଆଇସିସି । ତାଲିକାରେ ରହିଛନ୍ତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀଙ୍କ ନାଁ । ସେହିପରି ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଅଜୟ କୁମାରଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ଓଡିଶାରୁ ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ମିଶ୍ର, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା ଓ ଭକ୍ତ ଚରଣ ଦାସଙ୍କ ନାଁ ରହିଛି ।
ରାଜ୍ୟରେ ନିର୍ବାଚନ ଆଉ କିଛି ଦିନ ବାକି ଥିବା ବେଳେ ରାଜ୍ୟରେ ଜାତୀୟ ସ୍ତରର ନେତାଙ୍କ ଭିଡ ଜମୁଛି । ବିଜେପି ଓ ବିଜେଡି ସେମାନଙ୍କ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିବା ବେଳେ ଆଜି କଂଗ୍ରେସ ତାର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ତେବେ ଆଗାମୀ ଦିନରେ କଂଗ୍ରେସର ବଡ ବଡ ନେତା ଓଡିଶା ଆସିବା ନେଇ ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/3-6.jpg)
/kanak/media/post_attachments/wp-content/uploads/2024/05/WhatsApp-Image-2024-05-04-at-2.58.59-PM-212x300.jpeg)