କନକ ବ୍ୟୁରୋ : ରାୟଗଡ଼ାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ପ୍ରାର୍ଥୀ ଚୂଡାନ୍ତ ହେବା ପରେ ଏକାଠି ହେଲେ କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କ ସହ ୬ ବିଧାୟକ ପ୍ରାର୍ଥୀ । ନିଜ ନିଜ ନିର୍ବାଚନ ମଣ୍ଡଳିରେ ପ୍ରଚାର କରିବା ପୂର୍ବରୁ ଭଗବାନଙ୍କ ଆଶିର୍ବାଦ ନେଇଛନ୍ତି ନେତା । ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ସ୍ଥାନରେ ଏବେ ବି ମୌଳିକ ସୁବିଧା ପହଂଚିପାରି ନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପିଇବା ପାଣିର ସୁବିଧା ପାଇ ପାରିନାହାନ୍ତି ଲୋକେ । ତେଣୁ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ପ୍ରାଥମିକତା ରହିବ ବୋଲି କହିଛନ୍ତି ପ୍ରାର୍ଥୀ ।
ରାୟଗଡା କଂଗ୍ରେସ ଭବନରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ପ୍ରଥମେ ଜଗନ୍ନାଥ ମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଏହାପରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝୀଘରିଆଣିଙ୍କ ଦର୍ଶନ କରି ଆଶିର୍ବାଦ ନେଇଥିଲେ ପ୍ରାର୍ଥୀ ।
ଏହି ଶୋଭାଯାତ୍ରାରେ ଶତାଧିକ ଦଳିୟ କର୍ମୀ ସାମିଲ ହୋଇଥିବା ବେଳେ ବାଜା ବାଣ ଫୁଟାଇ ଶକ୍ତି ପ୍ରଦର୍ଶନ କରିଥିଲେ ନେତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/21-2.jpg)