ମଧ୍ୟାହ୍ନ ଭୋଜନରେ କ’ଣ ହେଲା ଚର୍ଚ୍ଚା? କଂଗ୍ରେସ କହିଲା, ରାଜ୍ୟସଭା ଆସନ ପାଇଁ ଡିଲ କରିବାକୁ ଆସିଥିଲେ ଶାହା, ବିଜେଡିର ଜବାବ, ରାଜ୍ୟ ସ୍ୱାର୍ଥ ପାଇଁ କାମ କରୁଛନ୍ତି ନବୀନ

Advertisment
ମଧ୍ୟାହ୍ନ ଭୋଜନରେ କ’ଣ ହେଲା ଚର୍ଚ୍ଚା? କଂଗ୍ରେସ କହିଲା, ରାଜ୍ୟସଭା ଆସନ ପାଇଁ ଡିଲ କରିବାକୁ ଆସିଥିଲେ ଶାହା, ବିଜେଡିର ଜବାବ, ରାଜ୍ୟ ସ୍ୱାର୍ଥ ପାଇଁ କାମ କରୁଛନ୍ତି ନବୀନ

କନକ ବ୍ୟୁରୋ : ନବୀନ ନିବାସରେ ଅମିତ ଶାହା, ମମତା ବାନାର୍ଜି, ନୀତିଶ କୁମାର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନବୀନ ପଟ୍ଟନାୟକଙ୍କ ମଧ୍ୟାହ୍ନ ଭୋଜନକୁ ନେଇ ଚର୍ଚ୍ଚା କମିବାର ନାଁ ନେଉନି । ପରସ୍ପରର ବିରୋଧୀ ଯେତେବେଳେ କୌଣସି ବେସରକାରୀ କାର୍ଯ୍ୟକ୍ରମରେ ଏକାଠି ବସନ୍ତି ସେତେବେଳେ ଚର୍ଚା ହେବା ବି ସ୍ୱାଭାବିକ । ତେବେ ଏହି ମଧ୍ୟାହ୍ନ ଭୋଜନରେ କଣ ଡିଲ୍ ହୋଇଛି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ କହିଛି, ରାଜ୍ୟସଭା ସିଟ୍ ଟେକି ଦେବା ପାଇଁ ଶାହା ଓ ନବୀନଙ୍କ ମଧ୍ୟରେ ଡିଲ୍ ହୋଇଛି ।

ପରସ୍ପର ବିରୋଧୀ ରାଜନେତା ଯେତେବେଳେ ଗୋଟିଏ ଟେବୁଲରେ ମଧ୍ୟାହ୍ନ ଭୋଜନ କରନ୍ତି, ଏକାଠି ବସି ଚର୍ଚ୍ଚା କରନ୍ତି, ସେତେବେଳେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ । ନବୀନ ନିବାସରେ ଅମିତ ଶାହା, ମମତା ବାନାର୍ଜି, ନୀତିଶ କୁମାର, ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନବୀନ ପଟ୍ଟନାୟକଙ୍କ ମଧ୍ୟାହ୍ନ ଭୋଜନକୁ ସହଜରେ ଗ୍ରହଣ କରିପାରୁନି କଂଗ୍ରେସ । ବିଧାୟକ ସନ୍ତୋଷ ସିଂହ ସାଲୁଜା ଅଭିଯୋଗ କରିଛନ୍ତି, ୨ଟି ରାଜ୍ୟସଭା ଆସନକୁ ବିଜେପି ହାତରେ ଟେକି ଦେବା ପାଇଁ ହୋଇଛି ଶାହା ଓ ନବୀନଙ୍କ ମଧ୍ୟରେ ଡିଲ ।

publive-imageନବୀନ ନିବାସରେ ମଧ୍ୟାହ୍ନ ଭୋଜନକୁ ନେଇ ବୟାନବାଜି ଚାଲିଥିବା ବେଳେ ରାଜନୀତିର ଆଉ ଏକ ଦିଗ ପ୍ରତି ଆରମ୍ଭ ହୋଇଛି ଚର୍ଚ୍ଚା । ସିଏଏ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ କଠୋର ଆଭିମୁଖ୍ୟ ଯୋଗୁଁ ବିଜେପି ସହ ତାଙ୍କର ସଂପର୍କ ଅତ୍ୟନ୍ତ ତିକ୍ତ ରହିଛି । ଏହା ଭିତରେ ପୂର୍ବାଚଳ ପରିଷଦ ବୈଠକ ଆୟୋଜନ କରି ନବୀନ ପୂର୍ବାଞ୍ଚଳ ବିକାଶ କଥା ଉଠାଇଥିଲେ । ଆଉ ଗୋଟିଏ ତୀରରେ ଦୁଇଟି ଶିକାର କରିବା ଭଳି ଶାହା ଓ ମମତାଙ୍କୁ ଏକାଠି ବସାଇ ଜାତୀୟ ରାଜନୀତିରେ ନିଜର ଗୁରୁତ୍ୱ ବଢ଼ାଇଥିବା ଚର୍ଚ୍ଚା ହେଉଛି । ଖାଇବା ଟେବୁଲରେ ଅମିତ ଶାହା ଓ ମମତା ବାନାର୍ଜିଙ୍କ ମଝିରେ ଯେପରି ନବୀନ ପଟ୍ଟନାୟକ ବସିଥିଲେ, ଠିକ୍ ସେହିପରି ଦେଖିବାକୁ ମିଳିଥିଲା ପୂର୍ବାଚଳ ପରିଷଦ ବୈଠକରେ । ମଝିରେ ନବୀନ, ଏପାଖେ ମମତା, ସେପାଖେ ଅମିତ ଶାହା ।

ତେବେ କଂଗ୍ରେସକୁ ଜବାବ ଦେଇ ବିଜେଡି କହିଛି, ଯେତେବେଳେ ଡିଲ ହୁଏ ସେତେବେଳେ ରାଜ୍ୟର ସ୍ୱାଥଁ ପାଇଁ କେନ୍ଦ୍ର ସରକାରଙ୍କ ସହ ଡିଲ ହୁଏ କୌଣସି ଦଳ ବା ବିଜେପି ସହ ନୁହେଁ । ସେହିଭଳି ବିଜେପି କହିଛି, ଏବେ ମଧ୍ୟ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ କଡା ଫାଇଟ ହେଉଛି । ଆଗାମୀ ନିର୍ବାଚନରେ ମଧ୍ୟ ବିଜେଡି ସହ ମୁକାବିଲା କରିବାକୁ ମୈଦାନକୁ ଓହ୍ଲାଇବ ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe