ଆଇଏଏସ୍ ଅଧିକାରୀଙ୍କୁ ସସପେଣ୍ଡ କରିବା ପରେ କଂଗ୍ରେସ ପଚାରିଲା ପ୍ରଶ୍ନ ! ମୋଦି ଏମିତି କ’ଣ ହେଲିକ୍ୟାପ୍ଟରରେ ନେଇ ଯାଉଥିଲେ ?

750

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକ୍ୟାପ୍ଟରର କଥିତ ଜାଞ୍ଚ୍ ପରେ ନିର୍ବାଚନ କମିଶନ୍ ଓଡ଼ିଶା ଜେନେରାଲ୍ ପର୍ଯ୍ୟବେକ୍ଷକଙ୍କୁ ସସପେଣ୍ଡ କରିଦେଇଛନ୍ତି । ଏହି ମାମଲାରେ କଂଗ୍ରେସ ତରଫରୁ କରାଯାଇଥିବା ଟ୍ୱିଟରେ କୁହାଯାଇଥିଲା , ‘ମୋଦି ଏଭଳି କ’ଣ ନେଇ ହେଲିକ୍ୟାପ୍ଟରରେ ଯାଉଥିଲେ ଯେ ସେ ଚାହୁଁନଥିଲେ ଦେଶ ଏହା ଦେଖୁ ?

ବୁଧବାର ନିର୍ବାଚନ ଆୟୋଗଙ୍କ ତରଫରୁ ଦିଆଯାଇଥିବା ଆଦେଶ ମୁତାବକ,କର୍ଣ୍ଣାଟକ କ୍ୟାଡର ୧୯୯୬ ବ୍ୟାଚ୍ ର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ମହମ୍ମଦ ମୋହାସିନ୍ ଏସପିଜି ସୁରକ୍ଷା ସହ ଜଡିତ ଥିବା ନିୟମର ପାଳନ କରିନଥିଲେ । ଜିଲ୍ଲା ଅଧିକାରୀ ଏବଂ ପୋଲିସ୍ ମହାନିର୍ଦ୍ଧେଶକଙ୍କ ରିପୋର୍ଟ ଅନୁସାରେ ନିର୍ବାଚନ ଆୟୋଗ ମୋହାସିନ୍ ଙ୍କୁ ସସପେଣ୍ଡ କରିଦେଲେ । ମୋହାସିନ୍ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକ୍ୟାପ୍ଟରକୁ କଥିତ ରୁପରେ ଜାଞ୍ଚ୍ କରିଥିଲେ ।

ଏହି ଘଟଣା ଉପରେ କଂଗ୍ରେସ ଟ୍ୱିଟ୍ କରି ପ୍ରଶ୍ନ ପଚାରିଛି , ନିର୍ବାଚନ କମିଶନ୍ ଜଣେ ଅଧିକାରୀଙ୍କୁ ବାହନ ନିରୀକ୍ଷଣ କରିବାକୁ ନେଇ ନିଲମ୍ବିତ କରିଥିଲେ । ଶାସନ ତରଫରୁ ପ୍ରଚାର ପାଇଁ ଅଧିକାରୀକ ବାହନର ବ୍ୟବହାର ପାଇଁ ଏହି କଥା କୁହାଯାଇଛି । ଏହା ମୋଦିଙ୍କ ଜାଞ୍ଚ୍ ପାଇଁ ଛୁଟ୍ ଦେଇନଥାଏ । ମୋଦି ଏମିତି କ’ଣ ହେଲିକ୍ୟାପ୍ଟର ନେଇ ଯାଉଥିଲେ ଯେ ସେ ଚାହୁଁନଥିଲେ ଏହାକୁ ସମ୍ପୁର୍ଣ୍ଣ ଦେଶ ଦେଖୁ ? ନିକଟରେ ନିର୍ବାଚନ କମିଶନ୍ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକ୍ୟାପ୍ଟରର ମଧ୍ୟ ଜାଞ୍ଚ୍ କରାଯାଇଥିଲା ।