କଂଗ୍ରେସର ଶୋଚନୀୟ ପରିସ୍ଥିତି ! ପରାଜୟ ପରେ କର୍ମଚାରୀଙ୍କୁ ବେତନ ଦେଇପାରୁନି କଂଗ୍ରେସ , ଦରମା କାରଣରୁ ଦଳ ଛାଡୁଛନ୍ତି କର୍ମଚାରୀ

365

ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ଅବସ୍ଥା ଅଜାଗା ଘା’ ପରି ହୋଇଯାଇଛି । ଅଧିକ ସମୟ ଧରି ଭାରତରେ ଶାସନ କରିବା ସତ୍ତେ୍ୱ କଂଗ୍ରେସ ଏବେ ଖରାପ ସମୟ ଦେଇ ଗତି କରୁଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ପାର୍ଟିର ବଡ ବଡ ନେତା ନିଜ ପଦବୀରୁ ଇସ୍ତଫା ଦେଇସାରିଛନ୍ତି । ଯାହାର ସିଧା ପ୍ରଭାବ ଦଳର କାର୍ଯ୍ୟପ୍ରଣାଳୀ ଉପରେ ପଡିଛି । ସୂତ୍ର ମୁତାବକ ପରାଜୟ ପରେ କଂଗ୍ରେସ ବେତନ କମାଇବାରେ ଲାଗିଛି । ପାର୍ଟି ତରଫରୁ ଦିଆଯାଉଥିବା ବିଭିନ୍ନ ଫଣ୍ଡରେ ଟଙ୍କା କମା ଯାଉଥିବା କଥା ଶୁଣିବାକୁ ମିଳୁଛି ।

ଖର୍ଚ୍ଚ କମ୍ କରୁଛି କଂଗ୍ରେସ :

ସୂତ୍ରନୁସାରେ କଂଗ୍ରେସ ସେବାଦଳକୁ ଦିଆଯାଉଥିବା ମାସିକ ଖର୍ଚ୍ଚକୁ କମ୍ କରାଯାଇଛି । ୨ . ୫୦ ଲକ୍ଷ ବଦଳରେ କଂଗ୍ରେସ ଏବେ ସେବାଦଳକୁ ୨ ଲକ୍ଷ ଟଙ୍କା ଦେଉଛି । ଏହାସହ ମହିଳା କଂଗ୍ରେସ , ଯୁବ କଂଗ୍ରେସ ଏବଂ ଏନଏସୟୁଆଇରେ ମଧ୍ୟ କଂଗ୍ରେସ ତରଫରୁ ପୂର୍ବାପେକ୍ଷା କମ୍ ଫଣ୍ଡ୍ ଦିଆଯାଉଛି । ଏମିତି କି କେବଳ କଂଗ୍ରେସ ସଂଗଠନ କର୍ମଚାରୀଙ୍କୁ ଛାଡିଦେଲେ ମୁଖ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କୁ ଏ ପର୍ଯ୍ୟନ୍ତ ବେତନ ମିଳିନାହିଁ । ଦଳର ସୋସିଆଲ୍ ମିଡିଆ ବିଭାଗର ଅନେକ କର୍ମଚାରୀ ପରାଜୟ ପରେ ହିଁ ଦଳ ଛାଡି ଚାଲିଯାଇଥିଲେ ଏବଂ ଅନ୍ୟ କର୍ମଚାରୀଙ୍କୁ ବିଳମ୍ବରେ ବେତନ ମିଳିଥିଲା ।

Comments are closed.