ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ଅବସ୍ଥା ଅଜାଗା ଘା’ ପରି ହୋଇଯାଇଛି । ଅଧିକ ସମୟ ଧରି ଭାରତରେ ଶାସନ କରିବା ସତ୍ତେ୍ୱ କଂଗ୍ରେସ ଏବେ ଖରାପ ସମୟ ଦେଇ ଗତି କରୁଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ପାର୍ଟିର ବଡ ବଡ ନେତା ନିଜ ପଦବୀରୁ ଇସ୍ତଫା ଦେଇସାରିଛନ୍ତି । ଯାହାର ସିଧା ପ୍ରଭାବ ଦଳର କାର୍ଯ୍ୟପ୍ରଣାଳୀ ଉପରେ ପଡିଛି । ସୂତ୍ର ମୁତାବକ ପରାଜୟ ପରେ କଂଗ୍ରେସ ବେତନ କମାଇବାରେ ଲାଗିଛି । ପାର୍ଟି ତରଫରୁ ଦିଆଯାଉଥିବା ବିଭିନ୍ନ ଫଣ୍ଡରେ ଟଙ୍କା କମା ଯାଉଥିବା କଥା ଶୁଣିବାକୁ ମିଳୁଛି ।
ଖର୍ଚ୍ଚ କମ୍ କରୁଛି କଂଗ୍ରେସ :
ସୂତ୍ରନୁସାରେ କଂଗ୍ରେସ ସେବାଦଳକୁ ଦିଆଯାଉଥିବା ମାସିକ ଖର୍ଚ୍ଚକୁ କମ୍ କରାଯାଇଛି । ୨ . ୫୦ ଲକ୍ଷ ବଦଳରେ କଂଗ୍ରେସ ଏବେ ସେବାଦଳକୁ ୨ ଲକ୍ଷ ଟଙ୍କା ଦେଉଛି । ଏହାସହ ମହିଳା କଂଗ୍ରେସ , ଯୁବ କଂଗ୍ରେସ ଏବଂ ଏନଏସୟୁଆଇରେ ମଧ୍ୟ କଂଗ୍ରେସ ତରଫରୁ ପୂର୍ବାପେକ୍ଷା କମ୍ ଫଣ୍ଡ୍ ଦିଆଯାଉଛି । ଏମିତି କି କେବଳ କଂଗ୍ରେସ ସଂଗଠନ କର୍ମଚାରୀଙ୍କୁ ଛାଡିଦେଲେ ମୁଖ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କୁ ଏ ପର୍ଯ୍ୟନ୍ତ ବେତନ ମିଳିନାହିଁ । ଦଳର ସୋସିଆଲ୍ ମିଡିଆ ବିଭାଗର ଅନେକ କର୍ମଚାରୀ ପରାଜୟ ପରେ ହିଁ ଦଳ ଛାଡି ଚାଲିଯାଇଥିଲେ ଏବଂ ଅନ୍ୟ କର୍ମଚାରୀଙ୍କୁ ବିଳମ୍ବରେ ବେତନ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/CONGRESS-3.jpg)
/kanak/media/post_attachments/wp-content/uploads/2019/07/634078-gandhirahul-1219817-300x169.jpg)