କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଗିଜୟ ସିଂ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଦେଇଥିବା ବୟାନ ଉପରେ ଅସହମତି ପ୍ରକାଶ କରିଛନ୍ତି । ରାହୁଲ କହିଛନ୍ତି କି, ଦିଗବିଜୟ ଦେଇଥିବା ବୟାନ ଉପରେ ସେ ସହମତ ନୁହଁନ୍ତି । ସେ କହିଛନ୍ତି କି, ଭାରତୀୟ ସେନା ଉପରେ ତାଙ୍କର ପୁରା ଭରସା ରହିଛି । ଦେଶର ସେନା ଯେଉଁ ଷ୍ଟ୍ରାଇକ କରେ ତାହା ଉପରେ ପ୍ରମାଣ ଦେବାର ଆବଶ୍ୟକତା ନାହିଁ । କେବଳ ସେତିକି ନୁହେଁ ରାହୁଲ ଗାନ୍ଧୀ ଜମ୍ମୁ-କାଶ୍ମୀରରେ ଗୁଲାମନବୀ ଆଜାଦଙ୍କୁ କ୍ଷମା ମାଗିଛନ୍ତି । ସେ କହିଛନ୍ତି କି ଯଦି ସେ କେବେ ଗୁଲମନବୀ ଆଜାଦ ଓ ଚୌଧୁରୀ ଲାଲ୍ ସିଂଙ୍କୁ ଦୁଖ ଦେଇଥାନ୍ତି ତେବେ ମୁଁ ସେମାନଙ୍କୁ କ୍ଷମା ମାଗୁଛି ।

Advertisment

ସୂଚନା ଥାଉକି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ମଙ୍ଗଳବାର ଦିନ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ କି ଆମ ସିଆରପିଏଫର ୪୦ ଜଣ ଯବାନ ପୁଲୱାମାରେ ଶହିଦ ହୋଇଥିଲେ । ଏନେଇ ସିଆରପିଏଫର ଅଧିକାରୀ ସମସ୍ତ ଯବାନଙ୍କୁ ଏୟାରଲିଫ୍ଟ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ , ହେଲେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଆଗ୍ରାହ୍ୟ କରିଥିବା କଥା ଅଭିଯୋଗ କରିଥିଲେ ଆଜାଦ୍ । ଏହାସହ ପୁଲୱାମା ମାମଲାରେ ଆଜି ପର୍ଯ୍ୟନ୍ତ ସଂସଦରେ ସରକାର କୌଣସି ରିପୋର୍ଟ ରଖି ନାହାଁନ୍ତି ବୋଲି ସେ କହିବା ସହ ଆଜାଦ ଦାବି କରିଛନ୍ତି ସର୍ଜିକାଲ ଷ୍ଟ୍ରାଇକ ନେଇ କୌଣସି ପ୍ରମାଣ ଦିଆଯାଇନାହିଁ । ବିଜେପି କେବଳ ମିଛ କହୁଥିବା କଥା ଆଜାଦ ତାଙ୍କ ବୟାନରେ କହିଥିଷଲ ।

ସେପଟେ ଭାରତ ଯୋଡ ଯାତ୍ରାକୁ ଗୁଲାମନବୀ ଆଜାଦଙ୍କୁ କାହିଁକି ନିମନ୍ତ୍ରଣ କରାଗଲା ନାହିଁ ଏନେଇ ପଚରା ଯାଇଥିବା ପ୍ରଶ୍ନର ଉତର ଦେଇ ରାହୁଲ ଗାନ୍ଧୀ କହିଛନ୍ତି କି, ଗୁଲାମନବୀ ଆଜାଦଙ୍କ ପାର୍ଟିର ସର୍ବାଧିକ ଲୋକ ଆମ ସହିତ ବସିଛନ୍ତି , ୯୦ ପ୍ରତିଶତ ଲୋକ କଂଗ୍ରେସରେ ସାମିଲ ହୋଇସାରିଛନ୍ତି । ଏବେ କେବଳ ନିଜ ଦଳରେ ଏକୁଟିଆ ଗୁଲାମନବୀ ଆଜାଦ ବସିଛନ୍ତି ବୋଲି ରାହୁଲ ଗାନ୍ଧୀ ଉତର ରଖିଛନ୍ତି । ‘ମୁଁ ଗୁଲାମନବୀଙ୍କୁ ସମ୍ମାନ କରେ ଓ ଯଦି କୌଣସି ପରିସ୍ଥିତିରେ ମୁଁ ତାଙ୍କୁ ଦୁଖ ପହଂଚାଇଛି ସେଥିପାଇଁ ତାଙ୍କ ନିକଟରେ କ୍ଷମା ମାଗୁଛି ’