କନକ ବ୍ୟୁରୋ : ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରି ପୁଣି ବିଜେପି ଓ ମୋଦୀ ସରକାରଙ୍କୁ ଘେରିଛନ୍ତି ରାହୁଲ । ପ୍ରଶ୍ନ ପଚାରିବା ସେ କେବେହେଲେ ବନ୍ଦ କରିବେ ନାହିଁ ବୋଲି କହିଛନ୍ତି ରାହୁଲ । ରାଜ୍ୟସଭା ସଦସ୍ୟତା ରଦ୍ଦ କରି କିମ୍ବା ଜେଲ୍ ଭିତରେ ପୁରାଇ ତାଙ୍କୁ ଡରାଇବାକୁ ଚେଷ୍ଟା କଲେ ବି ସେଥିରେ ସଫଳ ହେବେ ନାହିଁ କାରଣ ସେ କେବେ କାହାକୁ ଡରନ୍ତି ନାହିଁ ବୋଲି କହିଛନ୍ତି ରାହୁଲ ।

Advertisment

ଏହାସହ ମୋଦୀ ସରକାରଙ୍କୁ କିଛି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଦାନୀ ସହ ମୋଦୀଙ୍କ କଣ ସମ୍ପର୍କ, ୨୦ ହଜାର କୋଟି ଟଙ୍କା କାହାର, ଅଦାନୀ ଗ୍ରୁପକୁ ସୁରକ୍ଷା ଯୋଗାଇ ଦେବାକୁ ଏଲଆଇସି ଓ ଏସବିଆଇକୁ କାହା ଇସାରାରେ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ସେହିପରି ଅଦାନୀ ଓ ମୋଦୀ କେତେ ଥର ଏକାଠି ବିଦେଶ ଗସ୍ତରେ ଯାଇଛନ୍ତି ଏବଂ ମୋଦୀଙ୍କ ବିଦେଶ ଗସ୍ତ ପରେ ଅଦାନୀଙ୍କୁ କେତେ ନୂଆ ଚୁକ୍ତି ମିଳିଛି ବୋଲି ପ୍ରଶ୍ନ କରିଛନ୍ତି ।

ଗତ ୨୦ବର୍ଷରେ ବିଜେପିକୁ ଅଦାନୀ ଗ୍ରୁପ ପକ୍ଷରୁ କେତେ ଟଙ୍କା ମିଳିଛି । ମରିସସ୍ରେ ଥିବା ସେଲ୍ କମ୍ପାନୀ ଗୁଡିକର ମାଲିକ କିଏ, ଆଦି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଯେପର୍ଯ୍ୟନ୍ତ ଅଦାନୀଙ୍କ ସତ ସାମ୍ନାକୁ ଆସିବ ନାହିଁ ସେପର୍ଯ୍ୟନ୍ତ ହଜାର ବାର ପ୍ରଶ୍ନ କରିବେ ବୋଲି କହିଛନ୍ତି ରାହୁଲ ।