କନକ ବ୍ୟୁରୋ: ନିଜର ଅସ୍ତିତ୍ୱ ଖୋଜିବାରେ ଲାଗିଥିବା କଂଗ୍ରେସ ବର୍ତ୍ତମାନ ଭାରତ ଯୋଡୋ ଯାତ୍ରା ଜାରିରଖିଛି । ବର୍ତ୍ତମାନ ଏହି ଯାତ୍ରା ତାମିଲନାଡୁରେ ପହଞ୍ଚିସାରିଛି । ତାମିଲନାଡୁରେ ପାଖାପାଖି ୩ଦିନ ଏହି ଯାତ୍ରା ଜାରିରହଛି । ଯାତ୍ରାର ନେତୃତ୍ୱ ନିଜେ ଦଳର ନେତା ରାହୁଲ ଗାନ୍ଧୀ କରୁଥିବା ବେଳେ ସେ ଛୋଟ-ବଡ ସବୁ ସହରରେ ସ୍ଥାନୀୟ ଲୋକଙ୍କୁ ଭେଟୁଛନ୍ତି ।  ନେତାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଚାଲିଛନ୍ତି । ଦଳକୁ ମଧ୍ୟ ଏହି ସମୟରେ ବିପୁଳ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି ।

Advertisment

କେବଳ କେରଳରେ ଏହି ଯାତ୍ରା ୩ଦିନରେ ୫୯ କିମିର ରାସ୍ତା ଅତିକ୍ରମ କରିଚାଲିଛି । ଏନେଇ ଦଳର ମହାସଚିବ ଜୟରାମ ରମେଶ ସୂଚନା ଦେଇଛନ୍ତି । ରାହୁଲ ଏବେ ସୁଦ୍ଧା ୭୩ କିମିର ଯାତ୍ରା କରିଥିବା ବେଳେ କେରଳରେ ୧୪ କିମି ଏବଂ ତାମିଲନାଡୁରେ ୫୯ କିଲୋମିଟର ଯାତ୍ରା ରହିଛି । ରାହୁଲଙ୍କ ସହ ୨୩୦ ନେତା ସାମିଲ ରହିଛନ୍ତି ଯେଉଁମାନଙ୍କ ପାଇଁ ୬୦ଟି ସ୍ୱତନ୍ତ୍ର କଣ୍ଟେନରର ବ୍ୟବସ୍ଥା ହୋଇଛି । ଦଳ ତ୍ରିଭେନ୍ଦ୍ରମ ଜିଲ୍ଲାର ଏକ କୃଷି ବିଶ୍ୱବିଦ୍ୟାଳୟ ପରିସରରେ ଟେଣ୍ଟ ଲଗାଇବା ପାଇଁ ଇଚ୍ଛା କରିଥିଲା ତେବେ ସିପିଏମର ଛାତ୍ର ଗୋଷ୍ଠୀ ଏବଂ ବିଶ୍ୱ ବିଦ୍ୟାଳୟର ଛାତ୍ରସଂଘ ଏହାର ବିରୋଧ କରିଥିଲା ତେଣୁ ବିବାଦରୁ ଦୂରେଇ ରହିବା ପାଇଁ ବର୍ତ୍ତମାନ ସବୁ ସ୍ଥାନରେ ସ୍କୁଲରେ ରାତ୍ରୀ ଯାପନ ପାଇଁ ଯୋଜନା ହେଉଛି ।