କନକ ବ୍ୟୁରୋ : ପଦ୍ମପୁର ପ୍ରଚାରର ଶେଷ ଦିନ । ଗୋଟିଏ ପଟେ ଜୋରଦାର ପ୍ରଚାର ଚାଲିଥିବା ବେଳେ ଦଳ ମଧ୍ୟରେ ପରସ୍ପର ପରସ୍ପରକୁ ଟାର୍ଗେଟ କରୁଛନ୍ତି । ପ୍ରେସମିଟ କରି ବର୍ଷିଛି କଂଗ୍ରେସ । ସରକାରଙ୍କୁ ଟାର୍ଗେଟ କରିବା ସହିତ ପଦ୍ମପୁର ଉନ୍ନତି ନେଇ ଉଠାଇଛନ୍ତି ପ୍ରଶ୍ନ । ୨୨ ବର୍ଷ ପରେ ମୁଖ୍ୟମନ୍ତ୍ରୀ କଣ ପାଇଁ ନିର୍ବାଚନ ସମୟରେ ପଦ୍ମପୁରକୁ ଜିଳ୍ଲା କରିବାକୁ ଘୋଷଣା କରିଛନ୍ତି । ଚାଷୀ ମାନଙ୍କ ପାଇଁ ବହୁ ଘୋଷଣା କରିଥିଲେ । ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ କରାଯିବାକୁ ପ୍ରତିଶ୍ରୁତି ବି ଦେଇଥିଲେ ।

Advertisment

ହେଲେ ଏବେ ବି ପଦ୍ମପୁରରେ ଚାଷୀ ହତାଶ ହୋଇ ବସିଛି । ଠିକ୍ ନିର୍ବାଚନ ସମୟ ଆସିଲା ସମୟରେ ଚାଷୀଙ୍କ କଥା ମନେପଡୁଛି । କ୍ଷମତାରେ ରହି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏହିସବୁ କଥା କହୁଛି ସରକାର । ରେଲୱେ ଲାଇନ୍ କ୍ଷେତ୍ରରେ ବି ସମାନ କଥା । ବରଗଡରୁ ଭାୟା ପଦ୍ମପୁର ହୋଇ ନୂଆପଡା ଯିବା କଥା । ଏତେ ଦିନ ହେଲା ପ୍ରୋଜେକ୍ଟ ପଡି ରହିଛି । କେବଳ ଚାଷୀ ମାନଙ୍କୁୁ ହଇରାଣ କରିନାହାନ୍ତି , ଆଦିବାସୀ ଦଳିତ ପଛୁଆ ମାନଙ୍କ ପାଇଁ ସରକାର କିଛି କରିପାରିନାହାନ୍ତି । ସାରା ଓଡ଼ିଶାରେ ୧୬ ଲକ୍ଷ ଓଳିଏ ଖାଇବାକୁ ପାଉନାହାନ୍ତି । ହେଲେ ଏହି ଅବସ୍ଥାରେ ଓଡ଼ିଶାକୁ ରଖିଥିବା ମୁଖ୍ୟମନ୍ତ୍ରୀ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ବ୍ୟୟବହୁଳ ମିଟିଂ କରିଛନ୍ତି ତାର ସଠିକ୍ ଜବାବ ସଠିକ ସମୟରେ ଲୋକେ ଦେବେ ।

ପ୍ରତି ନିର୍ବାଚନ ପୂର୍ବରୁ ଏମଓୟୁ ସାଇନ୍ ମଧ୍ୟ ହେବାରେ ଲାଗିଛି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ଶିଳ୍ପ ସଂସ୍ଥା ହୋଇପାରିଲାନାହଁ । ଯୁବକଙ୍କୁ ଚାକିରୀରୁ ନେଇ ମହିଳାଙ୍କୁ ସମ୍ମାନ ଦେବା କଥା ହେଉ କି ଆଇନଶୃଙ୍ଖଳା ପରିସ୍ଥତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଫେଲ୍ ମାରିଛନ୍ତି ସରକାର । ଏହି ସବୁ ମିଥ୍ୟା ପ୍ରତିଶ୍ରୁତିରେ ସାଧାରଣ ଲୋକେ ପେଷି ହେଉଯାଇଛନ୍ତି ।