ନିଟ୍ ଫଳାଫଳର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ: ପ୍ରଥମ ସ୍ଥାନରେ ୬୭ ଜଣ, ଗୋଟିଏ ସେଣ୍ଟରରୁ ୮ ଜଣ ରଖିଲେ ୭୨୦ ମାର୍କ୍

339

କନକ ବ୍ୟୁରୋ: ନିଟ୍ ପରିକ୍ଷା ଫଳକୁ ନେଇ ବିରୋଧୀ କଂଗ୍ରେସ ଦଳର ତୀବ୍ର ସମାଲୋଚନା ପରେ ପୁଣି ଥରେ ଏଇ ପରିକ୍ଷା କରାଇବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ଏଥିପାଇଁ ଏକ କମିଟି ଗଠନ ହୋଇଛି । ଏଇ କମିଟିର ରିପୋର୍ଟ ପରେ ପୁଣି ଥରେ ପରିକ୍ଷା ହେବ କି ନାହିଁ ସ୍ଥିର କରାଯିବ ।

ନିଟ୍-ୟୁଜି ୨୦୨୪ର ସ୍ୱଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ
ସମାନ ନମ୍ବର ରଖି ରେକର୍ଡ ୬୭ ଜଣ ପ୍ରଥମ ସ୍ଥାନରେ
ହରିୟାଣାର ଗୋଟିଏ ସେଂଟରୁ ୮ ଜଣ ରଖିଲେ ୭୨୦ ମାର୍କ୍
ଭୁଲ୍ ଉତ୍ତର ଦେଇ ଗ୍ରେସ ମାର୍କରେ ୪୪ ଟପ୍ପର୍

ନିକଟରେ ପ୍ରକାଶ ପାଇଥିବା ମେଡିକାଲ ପ୍ରବେଶିକା ପରିକ୍ଷା ନିଟ୍ ଫଳାଫଳକୁ ନେଇ ତେଜିବାରେ ଲାଗିଛି ବିବାଦ । ପୁରା ପରୀକ୍ଷା ପ୍ରକ୍ରିୟାରେ ଜାଲିଆତି ହୋଇଥିବା ନେଇ ଗୁରୁତର ଅଭିଯୋଗ ଆଣିଛି କଂଗ୍ରେସ । ଗତ ମେ ୫ରେ ହୋଇଥିବା ନିଟ୍ ପରୀକ୍ଷା ଫଳ ଜୁନ ୪ରେ ପ୍ରକାଶ ପାଇଥିଲା । ଚଳିତ ଥର ଏକାଥରେ ପ୍ରଥମ ସ୍ଥାନରେ ୬୭ ଜଣ ରହିଛନ୍ତି । ଖାଲି ସେତିକି ନୁହେଁ ହରିୟାଣାରେ ଗୋଟିଏ ସେଂଟରର ୮ ଜଣ ଟପ୍ପର୍ ହୋଇଛନ୍ତି । ଯାହାକୁ ନେଇ ସନ୍ଦେହ ପ୍ରକାଶ କରିଛି କଂଗ୍ରେସ ।

କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପୂବରୁ କଂଗ୍ରେସର ଆକ୍ରମଣକୁ ନେଇ ଶିକ୍ଷା ମନ୍ତ୍ରାଳୟ ହରଡଘଣାରେ ପଡିଛି । ଏହି ପରିକ୍ଷା ଆୟୋଜନ କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇବା ଠିକ ନୁହେଁ ବୋଲି ଶିକ୍ଷା ସଚିବ ସ୍ପଷ୍ଟୀକରଣ ଦେଇଛନ୍ତି । ଦରକାର ପଡିଲେ ପୁଣିଥରେ ପରିକ୍ଷା କରାଯିବ ବୋଲି ଆଶ୍ୱସନା ଦେଇଛନ୍ତି ।

ତେବେ ନିଟ୍ ପରିକ୍ଷା ଜାଲିଆତି ବିବାଦକୁ ନେଇ ଏବେ କାଠଗଡାରେ ତୃତୀୟ ପାଳି ଆରମ୍ଭ କରିବାକୁ ଯାଉଥିବା ମୋଦୀ ସରକାର । ଘଟଣାର ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି ।