୨୦୧୪ରେ ଗ୍ରାଜୁଏଟ୍, ୨୦୧୯ରେ ଇଣ୍ଟର ମିଡିଏଟ୍! ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

131

କନକ ବ୍ୟୁରୋ : ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅଡୁଆରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କେତେ ଯାଏଁ ପଢିଛନ୍ତି ସ୍ମୃତି । ଗତ ୨୦୧୪ ନିର୍ବାଚନୀ ସତ୍ୟପାଠରେ ଡିଗ୍ରୀ ହାସଲ କରିଥିବା ନେଇ ସତ୍ୟପାଠ ଦେଇଥିବା ସ୍ମୃତି ଇରାନୀ, ୨୦୧୯ ସତ୍ୟପାଠରେ ଡିଗ୍ରୀ ସରିନଥିବା ଦର୍ଶାଇଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଆଜି ଏକ ନୂଆ ଅନ୍ଦାଜରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଆଉ ଏହାର କଡା ଜବାବ ରଖିଛନ୍ତି ସ୍ମୃତି ଇରାନୀ ।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ବାବଦ ସୃଷ୍ଟି ହୋଇଛି । ଆମେଥିରେ ସତ୍ୟପାଠ ଦାଖଲ କଲାବେଳେ ସ୍ମତି ଇରାନୀ ୧୯୯୧ରେ ହାଇସ୍କୁଲ ପରୀକ୍ଷା ଓ ୧୯୯୩ରେ ଇଂଟରମିଡିଅଟ ପାଶ କରିଥିବା ଦର୍ଶାଇଛନ୍ତି । ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏସନ ପାଇଁ ଆବେଦନ କରିଥିଲ ବି ଶେଷ କରିପାରିନାହାନ୍ତି । ଆଉ ଏହାକୁ ନେଇ ଏବେ ବିବାଦ ସାମ୍ନାକୁ ଆସିଛି । ପ୍ରଶ୍ନ ଉଠୁଛି, ପୂର୍ବ ସତ୍ୟପାଠରେ ସ୍ମୃତି ଇରାନୀ ଏହି ତଥ୍ୟ ଦେଇଥିଲେ କି । ୨୦୧୪ରେ ସ୍ମୃତି ସତ୍ୟପାଠରେ ଦର୍ଶାଇଥିଲେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ୍ କରିଛନ୍ତି । ଆଉ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଛି କଂଗ୍ରେସ ।

୨୦୧୪ ସତ୍ୟପାଠରେ ଗ୍ରାଜୁଏସନ ଦର୍ଶାଇବା ପରେ ବିରୋଧୀ ଦଳ ସ୍ମୃତି ଇରାନୀଙ୍କୁ ଘେରିଥିଲେ । ଏବେ ଆମେଥିରେ ନୂଆ ସତ୍ୟପାଠରେ ଗ୍ରାଜୁଏସନ ବା ସ୍ନାତକ ଶେଷ କରିନଥିବା ଜଣାପଡିବା ପରେ କଂଗ୍ରେସ କହିଛି, କେବଳ ମୋଦି ରାଜରେ ହିଁ ଏହା ସମ୍ଭବ । କଂଗ୍ରେସ ଟାର୍ଗେଟର ଜବାବ ରଖିଛନ୍ତି ସ୍ମୃତି । ସେ କହିଛନ୍ତି, ରାହୁଲଙ୍କ ଚେଲା ଚାମଣ୍ଡା ଯେତେ ତାଙ୍କୁ ଅପମାନିତ କରିବେ ସେ ସେତେ ଶକ୍ତିଶାଳୀ ହେବେ । ଆମେଥିରେ ଲଗାତାର ଦ୍ୱିତୀୟ ଥର ଲାଗି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବିରୋଧରେ ଲଢୁଛନ୍ତି ସ୍ମୃତି ଇରାନୀ ।

ଆମେଥିରେ ପ୍ରାର୍ଥୀପତ୍ର ଦାଖଲ ବେଳେ ସତ୍ୟପାଠରେ ତାଙ୍କ ମୋଟ ସମ୍ପତିର ମୂଲ୍ୟ ୪ କୋଟି ୭୧ ଲକ୍ଷ ଦର୍ଶାଇଛନ୍ତି ସ୍କୃତି ଇରାନୀ । ଏଠାରେ ରାହୁଲ ଗାନ୍ଧିଙ୍କୁ ସ୍ମୃତି ଏଥର କଡା ଟକ୍କର ଦେବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ଆଗକୁ ଆମେଥି ରାଜନୀତି ଅଧିକ ରୋଚକ ହେବା ଅନୁମାନ କରାଯାଇଛି ।