କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ପୁରୀରେ କଂଗ୍ରେସକୁ ବଡ ଝଟକା ଲାଗିଛି । ଟିକେଟ୍ ଫେରାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି । ଏନେଇ ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଇମେଲ ପଠାଇଛନ୍ତି ।
ତେବେ ମୁଖ୍ୟତଃ ସେ ଦୁଇଟି କାରଣ ପାଇଁ ଟିକେଟ୍ ଫେରାଇଥିବା କହିଛନ୍ତି । ପ୍ରଥମତଃ ପୁରୀର ବିଭିନ୍ନ ବିଧାନସଭା ଆସନରେ ଦଳ ଦୁର୍ବଳ ପ୍ରାର୍ଥୀ ଦେଇଛି । ଏବଂ ଦ୍ୱିତୀୟରେ ପ୍ରଚାର ପାଇଁ ଦଳ ପକ୍ଷରୁ କୌଣସି ଫଣ୍ଡିଂ ଦିଆଯାଉନାହିଁ । ବିନା ଫଣ୍ଡିଙ୍ଗରେ କ୍ୟାମ୍ପେନିଙ୍ଗ ସମ୍ଭବ ନୁହେଁ ବୋଲି କହିଛନ୍ତି ସୁଚରିତା । ତେଣୁ ସେ ନିଜ ଟିକେଟ୍ ଫେରାଉଛନ୍ତି ବୋଲି ଇମେଲରେ ଜଣାଇଛନ୍ତି ।
ତେବେ ପୁରୀରେ ମେ ୨୫ ତାରିଖରେ ଭୋଟିଂ ହେବ । ଏଥିପାଇଁ ନାମାଙ୍କନ ଭରିବାକୁ ଆଉ ମାତ୍ର ୨, ୩ ଦିନ ରହିଲା । ଏହା ଭିତରେ ସୁଚରିତା ଟିକେଟ୍ ଫେରାଇବା ପରେ ଏହି ଆସନରୁ କଂଗ୍ରେସ ପୁଣି କାହାକୁ ପ୍ରାର୍ଥୀ କରିବ ବୋଲି ଦ୍ୱନ୍ଦ୍ୱ ଉପୁଜୁଛି । ତେବେ ଏହି ଆସନରେ ଦଳ ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/6-3.jpg)