କନକ ବ୍ୟୁରୋ : ପଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦସ୍ତଖତ ଅଭିଯାନ । ଗତ ୭ ତାରିଖରୁ ବିଭିନ୍ନ ପର୍ଯ୍ୟାରେ ଦଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛି । ଏହି କ୍ରମରେ ଆଜି ସମସ୍ତ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ କରିବା ସହ ସାଧାରଣ ଲୋକଙ୍କ ଦସ୍ତଖତ ସଂଗ୍ରହ ଅଭିଯାନ ଚଳାଇଛି । ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ସାଧାଣର ଲୋକଙ୍କୁ କିଭଳି ପ୍ରଭାବିତ କରିଛି, ସେନେଇ ଜନମତ ସୃଷ୍ଟି କରିବାକୁ ଚାହୁଁଛି କଂଗ୍ରେସ ଦଳ ।
ଦିନକୁ ଦିନ ତୈଳଦର ବୃଦ୍ଧିକୁ ନେଇ ପେଟ୍ରୋଲ୍ ପମ୍ପ ଆଗରେ କଂଗ୍ରେସର ଦସ୍ତଖତ ଅଭିଯାନ : କଂଗ୍ରେସର ମହିଳାକର୍ମୀମାନେ ନେଉଛନ୍ତି ଜନମତ
/kanak/media/post_attachments/wp-content/uploads/2021/07/vlcsnap-2021-07-17-13h31m51s325.png)