କନକ ବ୍ୟୁରୋ: ଦରଦାମ ବୃଦ୍ଧି, ଆବାସ ଯୋଜନାରେ ଦୁର୍ନୀତି, ବେକାରୀ ସମସ୍ୟା, ଚାଷୀ ସମସ୍ୟା ଆଦି ୯ଟି ପ୍ରସଙ୍ଗ ଉଠାଇ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ୩୧୪ ବ୍ଲକ୍ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛି ଦଳ । କଟକ ନିଆଳିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଶାଳ ଶୋଭାଯାତ୍ରାରେ ଯାଇ ବ୍ଲକ ଘେରାଉ କରାଯାଇଛି । କଂଗ୍ରେସ କର୍ମୀମାନେ ନୂଆଗାଁ ଛକରୁ ବିରାଟ ରାଲିରେ ବାହାରି ନିଆଳି ବଜାର ଦେଇ ନିଆଳି ବ୍ଲକ କାର୍ଯ୍ୟାଳୟ ଘେରିଛନ୍ତିି ।

Advertisment

ଏପଟେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ବ୍ଲକ ଘେରାଉ କାର୍ଯ୍ୟକ୍ରମ ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା । ୨୪ ବର୍ଷର ଶାସନରେ ଓଡ଼ିଶାର ଆଖିଦୃଶିଆ ବିକାଶ ହୋଇନାହିଁ ବୋଲି ଦଳୀୟ ନେତା ଅଭିଯୋଗ କରିଛନ୍ତି । ସେହିପରି ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ବ୍ଲକ୍ ଘେରାଉ କରିବା ସହ ୯ ଦଫା ଦାବି ପ୍ରଦାନ କରାଯାଇଛି ।

କଂଗ୍ରେସ ପକ୍ଷରୁ ଧରାକୋଟ ଏବଂ ଆସିକା ବ୍ଲକରେ ଘେରାଉ କରାଯାଇଛି । ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ବ୍ଲକ ଅଫିସ ଘେରିଛନ୍ତି । ବ୍ଲକରେ ହେଉଥିବା ପିସି କାରବାର, ଟାଟା ପାୱାରର ଖାଉଟି ମାରଣ ନୀତି, ନାରୀ ନିର୍ଯ୍ୟାତନା ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛି ଦଳ । ସେହିପରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବ୍ଲକ ଘେରାଉ ବେଳେ ଉପସ୍ଥିତ ଥିଲେ ବିଜୟ ପଟ୍ଟନାୟକ ।