ପୁରୀରେ ବିଜେପି, ରାଜଧାନୀରେ କଂଗ୍ରେସ: ସିଏଏ ଓ ଏନଆରସିକୁ ବିରୋଧ କରି ରାଜଧାନୀରେ ଗର୍ଜିଲା କଂଗ୍ରେସ; ଏପଟେ ସିଏଏ ସମର୍ଥନରେ ବିଜେପିର ଶୋଭାଯାତ୍ରା

Advertisment
ପୁରୀରେ ବିଜେପି, ରାଜଧାନୀରେ କଂଗ୍ରେସ: ସିଏଏ ଓ ଏନଆରସିକୁ ବିରୋଧ କରି ରାଜଧାନୀରେ ଗର୍ଜିଲା କଂଗ୍ରେସ; ଏପଟେ ସିଏଏ ସମର୍ଥନରେ ବିଜେପିର ଶୋଭାଯାତ୍ରା

କନକ ବ୍ୟୁରୋ: ପୁରୀରେ ବିଜେପି, ରାଜଧାନୀରେ କଂଗ୍ରେସ । ଆଜି ସିଏଏକୁ ନେଇ ରାଜଧାନୀରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିବା ବେଳେ ପୁରୀରେ ସିିଏଏ ସମର୍ଥନରେ ଶୋଭାଯାତ୍ରା କରିଛି ବିଜେପି । କଂଗ୍ରେସ ନେତୃତ୍ୱରେ ବିରୋଧୀଙ୍କ ଧର୍ମନିରପେକ୍ଷତା ଓ ସମ୍ବିଧାନ ବଂଚାଅ ଅଭିଯାନର ଶେଷଦିନ ।   ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରି ଏହି ଅଭିଯାନ କରାଯାଉଛି । ଏଥିପାଇଁ  ରାମମନ୍ଦିରରୁ କଂଗ୍ରେସ ଭବନ ଦେଇ ଲୋୟର ପିଏମଜି ଯାଏଁ ରାଲି ବାହାରିଥିଲା ।

publive-image

ନାଗରିକତା ସଂଶୋଧନ ଆଇନ, ଏନଆରସି ଓ ଏନପିଆରକୁ ବିରୋଧରେ କଂଗ୍ରେସ ପକ୍ଷରୁ ଲୋୟର ପିଏମଜିରେ ଧାରଣା ଦିଆଯାଇଛି । ସେପଟେ  ସିଏଏ ସମର୍ଥନରେ ପୁରୀ ଗୁଣ୍ଡିଚା ମନ୍ଦିର ନିକଟରୁ  ଏକ ଶୋଭାଯାତ୍ରା ବାହାରି ପୁରୀ ସହର ପରିକ୍ରମା କରିଥିଲା ।ଏଥୀରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଜିଲ୍ଳାର ବିଭିନ୍ନ ବ୍ଲକରୁ ଆସିଥିବା କର୍ମକର୍ତା ଯୋଗ ଦେଇଥିଲେ ।

publive-image

ସେପଟେ, ନାଗରିକତା ସଂଶୋଧନ ଆଇନ ତାଲି ଦିଲ୍ଲୀରେ ମଧ୍ୟ ଜାରି ରହିଛି । ଆଜି ଜାମିଆ ବିଶ୍ୱବିଦ୍ୟାଳୟ ଅଂଚଳରେ ବିରୋଧ ପ୍ରଦର୍ଶନ ବେଳେ ଜଣେ ଅଜଣା ବ୍ୟକ୍ତି ଖୁଲମାଖୁଲା ଗୁଳି ଚଳାଇଛି । ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ଖବର ଅନୁସାରେ, ଗୁଳି ଚଳାଇଥିବା ବ୍ୟକ୍ତି ବାହାରରୁ ଆସିଥିଲା । ଗୁଳି ଚଳାଇଥିବା ବ୍ୟକ୍ତି କହୁଥିଲା, ଦିଲ୍ଲୀ ପୋଲିସ ଜିନ୍ଦାବାଦ, ଜାମିଆ ମୁର୍ଦ୍ଦାବାଦ ।

publive-image

ସିଏଏ ବିରୋଧରେ ଜାମିଆରୁ ରାଜଘାଟ ଯାଏଁ ରାଲି ବାହାରୁଥିବାବେଳେ ଏଭଳି ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡ ପରେ ବି ରାଲି ବାହାରିଥିଲା । ଘଟଣା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସଂପୃକ୍ତ ବ୍ୟକ୍ତିଙ୍କଠାରୁ ପିସ୍ତଲ ଜବତ ହୋଇଛି । ପୋଲିସର ଘଟଣାର ତଦନ୍ତ କରୁଛି । ସଂପୃକ୍ତ ବ୍ୟକ୍ତି ଗୁଳି ଚଳାଇବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ସେ ପିସ୍ତଲ ବାହାର କରି ଗୁଳି ଚଳାଇବାର ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି । ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଛି । ଆକ୍ରମଣକାରୀ ଯୁବକ ନିଜର ନାଁ ଗୋପାଳ ଓ ସେ ଜଣେ ରାମଭକ୍ତ ବୋଲି ଦାବି କରିଛି । ଆହତ ହୋଇଥିବା ଛାତ୍ର ସାଦାବ ଓ ସେ ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe