କନକ ବ୍ୟୁରୋ : ଭୁବନେଶ୍ୱରରେ ମହିଳା କଂଗ୍ରେସର ଗର୍ଜନ । ନବୀନ ନିବାସ ଘେରିବା ପାଇଁ ଗଲାବେଳେ ମହିଳା କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ । ଯାହାକୁ ନେଇ ମହିଳା କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଲଗାଇଥିବା ବ୍ୟାରିକେଡ୍ ପ୍ରତିହତ କରି ମହିଳା କର୍ମୀ ଆଗକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଅଟାଇଛି । ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ, ମହିଳା କଂଗ୍ରେସର ସଭାପତି ଅଳକା ଲାମ୍ବା କହିଛନ୍ତି, ଏଠି ମିଶନ ଶକ୍ତି ଫେଲ ମାରିଛି । ମହିଳାଙ୍କୁ ରାସ୍ତାରେ ଅଟକାଇ ଲୋକତନ୍ତ୍ରକୁ ହତ୍ୟା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ପୋଲିସ ପ୍ରଶାସନ ସହାୟତା କରିବା ବଦଳରେ ଆମକୁ ଅଟକାଉଛନ୍ତି ।