ଯଶୀପୁରରୁ ମହେନ୍ଦ୍ର-ରାଜକୁମାର ହାତୀକୁ ସାତକୋଶିଆ ସ୍ଥାନାନ୍ତରକୁ ବିରୋଧ : ହାତୀ ଛାଡିବାକୁ ଅମଙ୍ଗ କଂଗ୍ରେସ କର୍ମୀ ଓ ସ୍ଥାନୀୟ ଲୋକ

Advertisment
ଯଶୀପୁରରୁ ମହେନ୍ଦ୍ର-ରାଜକୁମାର ହାତୀକୁ ସାତକୋଶିଆ ସ୍ଥାନାନ୍ତରକୁ ବିରୋଧ : ହାତୀ ଛାଡିବାକୁ ଅମଙ୍ଗ କଂଗ୍ରେସ କର୍ମୀ ଓ ସ୍ଥାନୀୟ ଲୋକ

କନକ ବ୍ୟୁରୋ: ଯଶୀପୁରରୁ ମହେନ୍ଦ୍ର ଓ ରାଜକୁମାର ହାତୀକୁ ସାତକୋଶିଆ ସ୍ଥାନାନ୍ତରବେଳେ ସିଙ୍ଗଦା ନିକଟରେ ହାତୀ ଯିବାକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ଏହି ହାତୀକୁ ଶିମିଳିପାଳର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଚଲେଇ ଚଲେଇ ନିଆଯାଉଥିଲା । ଏହାକୁ କଂଗ୍ରେସ କର୍ମୀ ଓ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଏପରିକି ବନବିଭାଗ ଓ ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା । ଏହାପରେ ବନବିଭାଗ ହାତୀ ଦୁଇଟିକୁ ଫେରାଇ ଆଣିଥିଲା । ଏସଟିଆର ଅଫିସରେ କଂଗ୍ରେସ କର୍ମୀ ତାଲାପକାଇଛନ୍ତି । ୨୦୦୧ରେ କର୍ଣ୍ଣାର୍ଟକରୁ ବନବିଭାଗ ଦ୍ୱାରା ହାତୀଙ୍କୁ ଅଣାଯାଇ ଶିମିଳିପାଳରେ ଅତିଥି ଭାବେ ରଖାଯାଇଥିଲା । ପରେ ସେମାନଙ୍କୁ ସାତକୋଶିଆକୁ ନେବାକୁ ନିଷ୍ପତି ନେଇଥିଲେ । କିନ୍ତୁ ଗତ ସପ୍ତାହରେ ହାତୀମାନେ ଯିବାକୁ ଅମଙ୍ଗ ପ୍ରକାଶ କରିଥିଲେ ।

ଏଠାରେ ଆମେ କହି ରଖୁଛୁ କି, ମଧ୍ୟପ୍ରଦେଶରୁ ସୁରୁଖୁରୁରେ ସାତକୋଶିଆ ଆସି ପହଞ୍ଚିଲା ମହାବଳ। କିନ୍ତୁ ମହାବଳଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଶିମିଳିପାଳରୁ ଯେଉଁ ଦୁଇ ପୋଷା ହାତୀକୁ ଆଣିବା ପାଇଁ ଯୋଜନା ହୋଇଥିଲା, ସେମାନେ ଏବେ ନାକେଦମ୍ କଲେଣି। ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରଙ୍କୁ ସାତକୋଶିଆ ଆଣିବା ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିବା ସତ୍ୱେ ବାରମ୍ବାର ବିଫଳ ହୋଇଛି । କେବଳ ହାତୀ ନୁହେଁ, ସ୍ଥାନୀୟ ଲୋକେ ମଧ୍ୟ ମହେନ୍ଦ୍ର ଓ ରାଜକୁମାରକୁ ଛାଡ଼ିବାକୁ ପୂରା ନାରାଜ। ସବୁଆଡ଼ୁ ବିଫଳ ହେବା ପରେ ଶେଷ ମୁହୂର୍ତ୍ତରେ ହାତୀ ସ୍ଥାନାନ୍ତରକୁ ସାମୟିକ ପାଇଁ ବନ ବିଭାଗ ସ୍ଥଗିତ ରଖିଥିଲା ।

୨୦୦୧ମସିହାରେ ସୁଦୂର କର୍ଣ୍ଣାଟକରୁ ବନ ବିଭାଗ ବଡ଼ ହାତୀ ମହେନ୍ଦ୍ରକୁ ଆଣିଥିଲା। ସମୟ କ୍ରମେ ମହେନ୍ଦ୍ର ଶିମିଳିପାଳର ଅତିଥି ହୋଇ ପରେ ପାଳିତ ପରିବାର ସଦସ୍ୟ ବନି ଯାଇଛି। ବୟସ ତା’ର ଏବେ ୫୬ବର୍ଷ ହେଲାଣି। କିନ୍ତୁ ଶିମିଳିପାଳ ଛାଡ଼ି ସାତକୋଶିଆ ଆସିବାକୁ ସେ ରାଜି ହେଉନି। କେବଳ ମହେନ୍ଦ୍ର ନୁହେଁ, ସାଙ୍ଗରେ ତା’ର ୧୬ ବର୍ଷିଆ ଯବାନ ପୁଅ ରାଜକୁମାରକୁ ମଧ୍ୟ ସାତକୋଶିଆ ଆସିବାକୁ ନାରାଜ।

ଏଭଳି ପରିସ୍ଥିତିରେ ଯଶୀପୁରରୁ ମହେନ୍ଦ୍ର ଓ ରାଜକୁମାର ହାତୀକୁ ସାତକୋଶିଆ ସ୍ଥାନାନ୍ତରବେଳେ ସିଙ୍ଗଦା ନିକଟରେ ହାତୀ ଯିବାକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ଏହି ହାତୀକୁ ଶିମିଳିପାଳର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଚଲେଇ ଚଲେଇ ନିଆଯାଉଥିଲା । ଏହାକୁ କଂଗ୍ରେସ କର୍ମୀ ଓ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଏପରିକି ବନବିଭାଗ ଓ ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା । ଏହାପରେ ବନବିଭାଗ ହାତୀ ଦୁଇଟିକୁ ଫେରାଇ ଆଣିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe