କନକ ବ୍ୟୁରୋ: ନନ୍ଦନକାନନରେ ହର୍ପିସ ଭୁତାଣୁ ସଂକ୍ରମଣରେ ୪ ହାତୀଙ୍କ ମୃତ୍ୟୁ ପରେ ଆଜି କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ନନ୍ଦନକାନନ ଗେଟ୍ ଆଗରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଧାରଣାରେ ବସିଥିଲେ । ଭୁଆଶୁଣି ଡମ୍ପିୟାର୍ଡ ପାଇଁ ଦୂଷିତ ପରିବେଶରୁ ଜୀବଜନ୍ତୁ ମରୁଥିବା ଅଭିଯୋଗ କରିଛି କଂଗ୍ରେସ । ତେବେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ୪ ଦଫା ସମ୍ବଳିତ ଦାବି ପତ୍ର ପରେ ଆନ୍ଦୋଳନ ହଟିଛି ।

Advertisment

publive-image

ନନ୍ଦନକାନନରେ ଜୀବଜନ୍ତୁଙ୍କ ସୁରକ୍ଷାକୁ ନେଇ ଆଜି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଧାରଣା ଦେଇଥିଲେ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଏଠାରେ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ବ୍ୟାପକ ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ଆଣିଛି କଂଗ୍ରେସ ।