ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ : କଂଗ୍ରେସର ପ୍ରତିବାଦ!, ଅମୃତ ମହୋତ୍ସବ ପାଳିଲା ବିଜେପି ।

127

କନକ ବ୍ୟୁରୋ: ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡକୁ ନେଇ ଉତ୍ତରପ୍ରଦେଶରେ ଉତ୍ତେଜନା ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌରେ ପହଁଚି ପାଳନ କରିଛନ୍ତି ‘ଆଜାଦୀ କା ଅମୃତ ମହୋତ୍ସବ’ । ଏହି ଅବସରରେ ମୋଦୀ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏସବୁ ଭିତରେ ଏତେ ବଡ ହିଂସାକାଣ୍ଡକୁ ନେଇ କୌଣସି ବି ଟିପ୍ପଣୀ ରଖିନାହାଁନ୍ତି ପ୍ରଧାନମନ୍ତ୍ରୀ ।

ଉତ୍ତର ପ୍ରଦେଶ, ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡକୁ ନେଇ କଂଗ୍ରେସ ସାରା ଦେଶରେ ପ୍ରତିବାଦ ପାଳନ କରୁଥିବାବେଳେ ସେପଟେ କିନ୍ତୁ ବିଜେପି ପାଳନ କରୁଛି ଆଜାଦୀର ଅମୃତ ମହୋତ୍ସବ । ଆଉ ଏହାକୁ ପାଳିବାକୁ ନିଜେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆଜାଦୀର ଅମୃତ ମହୋତ୍ସବ ପାଳନ ହୋଇଛି । ଯେଉଁଠି ୩ ଦିନିଆ ଅରବାନ କନକ୍ଲେଭ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୋଦୀ । ମ୍ରୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ବହୁ ପ୍ରକଳ୍ପର ଉଦଘାଟନ କରିଛନ୍ତି । ସହରାଞ୍ଚଳ ଆବାସ ଯୋଜନାରେ ୭୫ ହଜାର ଲାଭାର୍ଥୀଙ୍କୁ ଡିଜିଟାଲ ମାଧ୍ୟମରେ ତାଙ୍କ ଘରର ଚାବି ବାଣ୍ଟିଛନ୍ତି ମୋଦୀ । ସେହିପରି ୭୫ଟି ସ୍ମାଟ ବସର ଉଦଘାଟନ କରିଛନ୍ତି । ଏହା ଭଗବାନ ଶ୍ରକୃଷ୍ଣ ଓ ରାମଙ୍କର ଭୂମି ଅଟେ । ଏହାକୁ ଆହୁରି ସମୃଦ୍ଧ କରିବାପାଇଁ ଆମେ ସଂକଳ୍ପ ବଦ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ବିରୋଧୀଙ୍କ ନାଁ ନନେଇ ବର୍ଷିଛନ୍ତି ମୋଦୀ । ସେ କହିଛନ୍ତି, ଗତ ସରକାର ସମୟରେ ପିଏମ ଆବାସ ଯୋଜନାରେ ମହାଘୋଟାଲା ହୋଇଥିଲା । ୧୮ ହଜାର ପରିବାରକୁ ଘର ମଞ୍ଜୁରି ମିଳିବାପରେ ୧୮ଟି ଘର ମଧ୍ୟ ତିଆରି ହୋଇପାରିନଥିବା ମୋଦୀ କହିଛନ୍ତି । ସେହିପରି ୟୁପି ବାସୀଙ୍କୁ କିଛି ହୋମୱାର୍କ ଦେବାକୁ ସେ କହିଛନ୍ତି । ଏବର୍ଷ ଦୀପାବଳିରେ ଅଯୋଧ୍ୟାରେ ୭ ଲକ୍ଷ ୫୦ ହଜାରରୁ ଅଧିକ ଦୀପ ଜଳେଇବାର କାର୍ଯକ୍ରମ ରହିଛି । ଆହୁରି ଅଧିକ ଦୀପ ଜାଳିବାକୁ ୟୁପି ନାଗରିକଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ।