ବିଜୁଳି ଦର ବୃଦ୍ଧି ପ୍ରତିବାଦକୁ ଆଉ ପାଦେ ଆଗେଇ ନେବ କଂଗ୍ରେସ : ଆଜି ସମସ୍ତ ସଦର ମହକୁମା ଓ ବ୍ଲକରେ ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ

୬ରେ ଭୁବନେଶ୍ୱର ଓଇଆରସି ଅଫିସ ଆଗରେ କରିବ ସମାବେଶ

76

କନକ ବ୍ୟୁରୋ : ବିଦ୍ୟୁତ ଦର ବୃଦ୍ଧିକୁ ନେଇ କଂଗ୍ରେସ କରିବ ବିକ୍ଷୋଭ ପ୍ରଦର୍ଶନ । ଆଜି ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନା ଏବଂ ୬ ତାରିଖରେ ଭୁବନେଶ୍ୱର ସ୍ଥିତ ଓଇଆରସିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ସମାବେଶ କରି ଦରବୃଦ୍ଧିର ପ୍ରତିବାଦ କରାଯିବ ବୋଲି କଂଗ୍ରେସର ପିସିସି ସଭାପତି ନିରଂଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

କରୋନା ସମୟରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଦୋହଲି ଯାଇଥିବା ବେଳେ ବିଦ୍ୟୁତ ଦରବୃଦ୍ଧି କରି ସରକାର ଓ ବଂଟନ କମ୍ପାନୀ ଲୋକଙ୍କୁ ଶୋଷଣ କରୁଛନ୍ତି । ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି କଂଗ୍ରେସ ଦାବି କରିଛି । ଏପରିକି ଏହାକୁ ପ୍ରତିବାଦ କରି ଗତକାଲି ସଂଧ୍ୟାରେ ପିସିସି ସଭାପତିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ଜିଲ୍ଲାରେ ବିଦ୍ୟୁତ ଉପଭୋକ୍ତାମାନେ ଅଧଘଂଟା ପାଇଁ ଅନ୍ଧାରରେ ରହିଥିଲେ ।

କଂଗ୍ରେସ ଭବନ ସମେତ ପିସିସି ସଭାପତିଙ୍କ ବାସଗୃହ ଓ କର୍ମୀମାନଙ୍କ ବାସଭବନରେ ସଂଧ୍ୟା ୬ଟା ୩୦ରୁ ୭ଟା ଯାଏ ବିଦ୍ୟୁତ ବ୍ୟବହାର ବନ୍ଦ ରହିଥିଲା । ପିସିସି ସଭାପତି ନିଜ ବାସଭବନରେ ମହମବତୀ ଜାଳି ପ୍ରତିବାଦ କରିଥିଲେ ।