କନକ ବ୍ୟୁରୋ : ‘ମୂର୍ତ୍ତି ହଟିଲେ ଆମେ ହଟିବୁ’ । ନିଜ ଦାବିରେ ଅଟଳ ରହିଛି କଂଗ୍ରେସ । ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ବିବାଦ । ପ୍ରତିମୂର୍ତ୍ତି ହଟାଇବା ଦାବିରେ ଆମରଣ ଅନଶନ ଚଳାଇଛନ୍ତି କଂଗ୍ରେସ ନେତା ହିମାଂଶୁ ମଲ୍ଲିକ । ଏପଟେ ନବ ନିର୍ମାଣ କୃଷକ ସଂଗଠନର ଧାରଣା ଜାରି ରଖିଥିବାବେଳେ ନୀରବଦ୍ରଷ୍ଟା ସାଜିଛି ସ୍ଥାନୀୟ ପ୍ରଶାସନ ।
କଂଗ୍ରେସ ନେତା ହିମାଂଶୁ ଅନସନ ସ୍ଥଳରେ ଅସୁସ୍ଥ ହୋଇପଡ଼ିଥିବା ବେଳେ, ଛାତ୍ର ନେତା ଇନ୍ଦ୍ର ନୀଳମଣି ମଧ୍ୟ ଅନଶନ ଅବସ୍ଥାରେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି ନିକଟରେ ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଚରଣ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ପୁରା ବିଦାବ ଆରମ୍ଭ ହୋଇଛି । ଏହି ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଆଗକୁ ଦେଖିବାକୁ ରହିଲା ପ୍ରଶାସନ କେଉଁ ପଦକ୍ଷେପ ନେଉଛି ।