କନକ ବ୍ୟୁରୋ : ଦରଦାମ ବୃଦ୍ଧି, ଆବାସ ଯୋଜନାରେ ଦୁର୍ନୀତି, ବେକାରୀ ଆଦି ସମସ୍ୟାକୁ ନେଇ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । କଂଗ୍ରେସ ପକ୍ଷରୁ ଆଜି ଧରାକୋଟ ଏବଂ ଆସିକା ବ୍ଲକ ଘେରାଉ କରାଯାଇଛି । ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ବ୍ଲକ ଅଫିସ ଘେରିଛନ୍ତି । ବ୍ଲକରେ ହେଉଥିବା ପିପି କାରବାର, ଟାଟାଶ ପାୱାରର ଖାଉଟି ମାମଣା ନୀତି, ନାରୀ ନିର୍ଯ୍ୟାତନା ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ ।