ସିଡବ୍ଲୁସିର ବୈଠକରେ ସହମତି : ୧ ବର୍ଷ ପାଇଁ ଅନ୍ତରୀଣ ଅଧ୍ୟକ୍ଷା ପଦ ସମ୍ଭାଳିବେ ସୋନିଆ ଗାନ୍ଧୀ

795

କନକ ବ୍ୟୁରୋ : ଅନ୍ତରୀଣ ଅଧ୍ୟକ୍ଷା ପଦରେ ରହିବେ ସୋନିଆ ଗାନ୍ଧୀ । ସିଡବ୍ଲୁଡି ବୈଠକରେ ଏନେଇ ନିଆଯାଇଛି ଚୂଡାନ୍ତ ନିଷ୍ପତ୍ତି । ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ଅଧ୍ୟକ୍ଷା ରହିବେ ବୋଲି ବୈଠକରେ ନିଆଯାଇଛି ନିଷ୍ପତ୍ତି । ଦଳରେ ଡକାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ସହମତି ପ୍ରକାଶ ପାଇଥିବା ଜଣାପଡିଛି ।

 

ତେବେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ପଦକୁ ନେଇ ଜୋରସୋରରେ କଂମନ ହୋଇଥିଲା । ଦିନତମାମ ଏ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏମିତିକି ଗାନ୍ଧୀ ପରିବାର ନୁହେଁ ବରଂ ଦଳର ଅନ୍ୟ କୌଣସି ନେତା କଂଗ୍ରେସର ମଙ୍ଗ ଧରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଦଳର ଶୀର୍ଷ ନେତୃତ୍ୱରେ ଆଲୋଚନା ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି ।