ହାଇକମାଣ୍ଡ ବାଛୁଚି କଂଗ୍ରେସ : ସାରା ଦେଶର ପିସିସି କାର୍ଯ୍ୟାଳୟରେ ଚାଲିଛି ମତଦାନ

ହାଇକମାଣ୍ଡ ବାଛୁଚି କଂଗ୍ରେସ : ସାରା ଦେଶର ପିସିସି କାର୍ଯ୍ୟାଳୟରେ ଚାଲିଛି ମତଦାନ

କନକ ବ୍ୟୁରୋ : ହାଇକମାଣ୍ଡ ବାଛୁଚି କଂଗ୍ରେସ । ସାରା ଦେଶର ପିସିସି କାର୍ଯ୍ୟାଳୟରେ ଚାଲିଛି ମତଦାନ । ଦାର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ଅଣଗାନ୍ଧୀ ଅଧ୍ୟକ୍ଷ । ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା । ଅପରାହ୍ନ ୪ଟା ଯାଏଁ ଚାଲିବ ଭୋଟ ଗ୍ରହଣ ।

ଗାନ୍ଧୀ ପରିବାର ବାହାରୁ କୌଣସି ବ୍ୟକ୍ତି କଂଗ୍ରେସ ଅଧ୍ୟକ୍ଷ ପଦରେ ବସିବା ନିଶ୍ଚିତ ହୋଇଯାଇଛି । ଦଳର ହାଇକମାଣ୍ଡ ପାଇଁ କିଏ ଯୋଗ୍ୟ ପ୍ରାର୍ଥୀ ତାହା ନିର୍ବାଚନ ଜରିଆରେ ନିର୍ଣ୍ଣୟ କରିବାକୁ ଯାଉଛି କଂଗ୍ରେସ । କଂଗ୍ରେସର ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରରୁ ବିଭିନ୍ନ ରାଜ୍ୟ ବୁଲି ସମର୍ଥନ ଲୋଡିଛନ୍ତି ।

କିଏ ଧରିବ କଂଗ୍ରେସ ମଙ୍ଗ ?

- ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ ମତଦାନ
- ସାରା ଦେଶରେ ୩୬ଟି ମତଦାନ କେନ୍ଦ୍ରରେ ରହିଛି ୬୮ ବୁଥ
- କେବଳ ଉତର ପ୍ରଦେଶରେ ୬ଟି ବୁଥ୍ ରହିଛି
- ପ୍ରଦେଶ କଂଗ୍ରେସ କମିଟିର ପ୍ରାୟ ୯ ହଜାର ୮00ରୁ ଅଧିକ ସଦସ୍ୟ
- ଓଡ଼ିଶାର ୪୨୮ ଜଣ ପିସିସି ସଦସ୍ୟ ଭୋଟ୍ ଦେବେ
- ପ୍ରାୟ ସମସ୍ତ ଭୋଟ୍ ଖଡ୍ଗେଙ୍କ ସପକ୍ଷରେ ଯିବା ସୂଚନା
- ଅକ୍ଟୋବର ୧୯ରେ ଭୋଟ୍ ଗଣିତି ପରେ ଫଳାଫଳ ଘୋଷଣା
- କଂଗ୍ରେସର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ଅଧ୍ୟକ୍ଷ ପଦ ନିର୍ବାଚନ
- ଦୀର୍ଘ ୨୨ ବର୍ଷ ପରେ ଦଳର ମୁଖ୍ୟ ପଦ ପାଇଁ ହେଉଛି ନିର୍ବାଚନ
- ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀ କଂଗ୍ରେସ ମଙ୍ଗ ଧରିବାକୁ ଯାଉଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe