କନକ ବ୍ୟୁରୋ: ଜାତିଭିତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏହି ଚିଠିକୁ କଂଗ୍ରେସର ଅଫିସିଆଲ ଟୁଇଟର ପେଜରେ ମଧ୍ୟ ଦଳ ସେୟାର କରିଛି । ଚିଠିରେ ଖଡ଼ଗେ ଲେଖିଛନ୍ତି ପ୍ରତି ଦଶ ବର୍ଷରେ ହେଉଥିବା ଜନଗଣନା ହୁଏ କିନ୍ତୁ ୨୦୨୧ ମସିହାରେ କରାଯାଇନି । ଏହା ଯୋଗୁଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ ହୋଇପାରୁନି । ପଛୁଆବର୍ଗଙ୍କ ପାଇଁ ସମସ୍ୟା ଆସୁଛି । ତେଣୁ ପୁଣି ଥରେ ଜାତିିଭିତିକ ଜନଗଣନା ଶୀଘ୍ର କରାଯାଉ । ୨୦୧୧-୧୨ ମସିହାରେ ୨୫କୋଟି ପରିବାରକୁ ଅର୍ନ୍ତଭୁକ୍ତ କରିବା ପାଇଁ ପ୍ରଥମ ଥର ପାଇଁ ସାମାଜିକ ଆର୍ଥିକ ଓ ଜାତିଗଣନା ଆରମ୍ଭ କରାଯାଇଥିଲା ।
ଜାତିଭିତିକ ଜନଗଣନା ଦାବି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।
/kanak/media/post_attachments/wp-content/uploads/2023/04/2022_10largeimg_1376622545.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)