ବଦଳିବେ କି କଂଗ୍ରେସ ଅଧ୍ୟକ୍ଷ ? ଜୁନ ୨୩ ରେ ଅଧ୍ୟକ୍ଷ ନିର୍ବାଚନ ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି ।

Advertisment
ବଦଳିବେ କି କଂଗ୍ରେସ ଅଧ୍ୟକ୍ଷ ? ଜୁନ ୨୩ ରେ ଅଧ୍ୟକ୍ଷ ନିର୍ବାଚନ ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି ।

କନକ ବ୍ୟୁରୋ : ସଦ୍ୟ ବିଧାନସଭା ନିର୍ବାଚନ ହୋଇଥିବା ୫ ଟି ରାଜ୍ୟରେ କଂଗ୍ରେସର ପରାଜୟ ପରେ ଏହାର ସମୀକ୍ଷା କରିବାକୁ ଆଜି ବସିଥିଲା କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ । ଏହି ବୈଠକରେ ଦଳର ପରାଜୟ ନେଇ ସମୀକ୍ଷା ହୋଇଥିବା ବେଳେ ଜୁନ ମାସ ୨୩ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ପଦପାଇଁ ନିର୍ବାଚନ ହେବ ବୋଲି କହିଛନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ତାହା ନିର୍ବାଚନ ପରେ ଜଣାପଡିବ । ହେଲେ ନିର୍ବାଚନ ଜୁନ ୨୩ ରେ ହେବ ବୋଲି କଂଗ୍ରେସ କାର୍ଯ୍ୟକାରୀ କମିଟିର ମହାସଚିବ କେ.ସି ବେଣୁଗୋପାଳ ଆଜି ଘୋଷଣା କରିଛନ୍ତି । ଏହି ବୈଠକରେ ସୋନିଆ ଗାନ୍ଧୀ କହିଥିଲେ କି ‘ଆମ ଦଳକୁ ଚଳିତ ନିର୍ବାଚନରେ ଜବରଦସ୍ତ ଧକ୍କା ଲାଗିଛି, ନିର୍ବାଚନର ଫଳାଫଳ ନୈରାଶ୍ୟଜନକ ଠାରୁ ବି ବେଶି ,ା ଏହାସହ ବାରମ୍ବାର ନିର୍ବାଚନରେ ପରାଜୟର ସମୀକ୍ଷା କରିବାକୁ ସୋନିଆ ଗାନ୍ଧୀ ଏକ ଛୋଟ କମିଟି ଗଠନ କରିବାକୁ କହିଛନ୍ତି , ଏହାସହ ଏହି କମିଟି ଖୁବଶୀଘ୍ର ଗଠନ ହେବ ବୋଲ କୁହାଯାଇଛି ।

ବୈଠକରେ ଶାସକଦଳକୁ ଟାର୍ଗେଟ୍ କରି ସୋନିଆ କହିଥିଲେ କି ମୋଦି ସରକାର କୋଭିଡ ପରିଚାଳନା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏଭଳି ଘଡିସନ୍ଧି ମୁହୁତ୍ତ୍ୱରେ ସେ ପୁଣିଥରେ ସର୍ବଦଳୀୟ ବୈଠକ ଡାକିବାକୁ ସରକାରଙ୍କ ପାଖରେ ଦାବି ରଖିଛନ୍ତି । ଏହାସହ ଏଭଳି ସମୟରେ ଲୋକଙ୍କୁ ଯଥା ସମ୍ଭବ ସହାୟତା କରିବାକୁ ସେ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି ।

କହିରଖୁ କି ବର୍ତ୍ତମାନ କଂଗ୍ରେସର ଅଧ୍ୟକ୍ଷ ଥିବା ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ରହିଛନ୍ତି । ଚଳିତ ବର୍ଷ ଜୁନ ମାସରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଏଭଳି ସ୍ଥିତିରେ ଦଳକୁ କିଏ ସମ୍ଭାଳିବ ସେ ନେଇ ଜଣେ ଟାଣୁଆ ଓ ବରିଷ୍ଠ ନେତାଙ୍କୁ ଦଳର ଅଧ୍ୟକ୍ଷ କରିବାକୁ ଯୋଜନା କରାଯାଉଛି ବୋଲି କିଛି ବିଶେଷ ସୂତ୍ରରୁ ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe