କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଶଶୀ ଥରୁର୍ ମାନିନେଲେ କି ନିଜ ପରାଜୟ? ଟୁଇଟ୍ କରି ଲେଖିଲେ, କିଛି ଲଢେଇ କେବଳ....

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଶଶୀ ଥରୁର୍ ମାନିନେଲେ କି ନିଜ ପରାଜୟ? ଟୁଇଟ୍ କରି ଲେଖିଲେ, କିଛି ଲଢେଇ କେବଳ....

କନକ ବ୍ୟୁରୋ: ଶେଷ ହୋଇଛି ଭୋଟିଂ, ଦିନକ ପରେ ଆସିବ ରେଜଲ୍ଟ । କଂଗ୍ରେସ କମାଣ କାହା ହାତରେ ରହିବ, ତାହା ଆଉ ମାତ୍ର ଗୋଟିଏ ଦିନ ପରେ ସ୍ପଷ୍ଟ ହୋଇଯିବ । ମଲ୍ଲିକାର୍ଜୁନ୍ ଖଡଗେ, ଶଶୀ ଥରୁରଙ୍କ ଭିତରୁ ଜଣେ ନେତା କଂଗ୍ରେସ ସଭାପତି ପଦ ଗ୍ରହଣ କରିବା ପକ୍କା ହୋଇସାରିଛି । ତେବେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନର ରେଜଲ୍ଟ ଆସିବା ପୂର୍ବରୁ ଏକପ୍ରକାର ନିଜ ହାରକୁ ଗ୍ରହଣ କରିସାରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର । ସେ କରିିଥିବା ଏକ ଟୁଇଟରୁ ଏପରି କିଛି ଅନୁମାନ କରାଯାଉଛି...

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ସୋମବାର ନିର୍ବାଚନ ଅନୁଷ୍ଠିତ ହୋଇଛି । ମଲ୍ଲିକାର୍ଜୁନ୍ ଖଡଗେ ଓ ଶଶୀ ଥରୁରଙ୍କ ଭିତରୁ ଜଣକୁ ଭୋଟ୍ ଦେଇ ବାଛିଛନ୍ତି କଂଗ୍ରେସ କର୍ମକର୍ତ୍ତା । ତେବେ ଆସନ୍ତାକାଲି ଅର୍ଥାତ ୧୯ ତାରିଖରେ ରେଜଲ୍ଟ ଆସିବାକୁ ଅଛି । ହେଲେ ଏହା ପୂର୍ବରୁ ଶଶୀ ଥରୁର କରିଥିବା ଏକ ଟୁଇଟକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।publive-imageଶଶୀ ଥରୁର ଟୁଇଠ୍ କରି ଲେଖିଛନ୍ତି, କିଛି ଲଢେଇ ଆମେ ଏଥିପାଇଁ ଲଢିଥାଉ, କି ଇତିହାସ ମନେ ରଖିପାରିବ ଯେ ବର୍ତ୍ତମାନ ମୁକ ନଥିଲା । ତେବେ ଶଶୀ ଥରୁରଙ୍କ ଏହି ଟୁଇଟ୍ ଏବେ ବେଶ ଚର୍ଚ୍ଚା ସାଉଁଣ୍ଟିଛି । ଶଶୀ ଥରୁର ଲଗାତାର ପାର୍ଟି ପଦାଧିକାରୀଙ୍କ ସହ ଭେଟଘାଟ କରୁଥିଲେ । ଆଉ ତାଙ୍କ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପକ୍ଷପାତିତା ହେଉଥିବା ଅଭିଯୋଗ କରୁଥିଲେ । ମଲ୍ଲିକାର୍ଜୁନ ଖଡଗେଙ୍କୁ କଂଗ୍ରେସର ଅଫସିଆଲ୍ ପ୍ରାର୍ଥୀ ଭାବେ ବ୍ୟବହାର କରାଯାଉଛି ବୋଲି ଥରୁର କହିଥଲେ । ତେବେ ଏହାପରେ ବି ସେ ଜୋରସୋରରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିଥିଲେ । ହେଲେ ରେଜଲ୍ଟ ଆସିବା ପୂର୍ବରୁ ତାଙ୍କର ଏହି ଟୁଇଟ୍ ତାଙ୍କ ପରାଜୟକୁ ସେ ସ୍ୱୀକାର କରୁଥିବା ଭଳି ମନେ ହେଉଛି ।

ଅନ୍ୟପଟେ ନ୍ୟୁଜ୍ ଏଜେନ୍ସ ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ଥରୁର କହିଛନ୍ତି, ଆମ ବିଚାରଧାରାରେ କୌଣସି ସମସ୍ୟା ନାହିଁ । ହେଲେ ଆମେ କାମ କରିବାର ତରିକାରେ ପରିବର୍ତ୍ତନ ଆଣିବାକୁ ଚାହୁଁ । ମଲ୍ଲିକାର୍ଜୁନ୍ ଖଡଗେ ହେଉଛନ୍ତି ଜଣେ ବରିଷ୍ଠ ଅନୁଭବୀ ନେତା । ଯଦି ସେ ନିର୍ବାଚନ ଜିତି କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତି, ତେବେ ସେ ତାଙ୍କୁ ସହଯୋଗ କରିବେ ବୋଲି ଥରୁର କହିଛନ୍ତି । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ପରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଛି । ଦୀର୍ଘ ଦିନ ପରେ କଂଗ୍ରେସକୁ ଅଣଗାନ୍ଧୀ ସଭାପତି ମିଳିବାକୁ ଯାଉଛି । ଆଜି ପ୍ରାୟ ୯ ହଜାରରୁ ଅଧିକ ପିସିସି ଡେଲିଗେଟସ୍ ମତ ଦେଇଛନ୍ତି । ଯାହାର ରେଜଲ୍ଟ ଆସନ୍ତାକାଲି ଘୋଷଣା ହେବ । ତେବେ ଦୀର୍ଘ ୧୩୭ ବର୍ଷର ଦଳୀୟ ଇତିହାସରେ କଂଗ୍ରେସର ଏହା ଷଷ୍ଠ ସଭାପତି ନିର୍ବାଚନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe