କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଆଜି ଅଧିସୂଚନା ଜାରି ହୋଇଛି । ଯାହା ପରେ ଆସନ୍ତା ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଜାରି ରହିବ । ତେବେ ଏପରି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ କିଏ କିଏ ଲଢିବେ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ଅଧ୍ୟକ୍ଷ ପଦ ପାଇଁ ଦାବିଦାରଙ୍କ ସଂଖ୍ୟା ବଢୁଥିବାବେଳେ, ଏହି ରେସରେ ଏବେ କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ, ଶଶି ଥରୁରଙ୍କ ସହିତ ମନୀଷ ତିୱାରୀଙ୍କ ନାଁ ମଧ୍ୟ ଯୋଡି ହେଇଛି । କୁହାଯାଉଛି, ଆଗାମୀ ଦିନରେ ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିପାରନ୍ତି କଂଗ୍ରେସ ସାଂସଦ ମନୀଷ ତିୱାରୀ ।
Congress issues notification for party president elections
Read @ANI Story | https://t.co/eHaP3o79ak#CongressPresidentPolls#Congresspic.twitter.com/FallSRcFoJ
— ANI Digital (@ani_digital) September 22, 2022
ଦଳର ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମନୀଷ ତିୱାରୀ ମଧ୍ୟ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିପାରନ୍ତି । ସେପ୍ଟେମ୍ବର ୨୪ ତାରିଖ ରାତିରେ ସେ ଦିଲ୍ଲୀରେ ପହଞ୍ଚିବା ସହିତ ସେଠାରେ ନିଜର ସମର୍ଥକଙ୍କ ସହିତ କଥା ହେବେ । ଏହାପରେ ସେ ନିର୍ବାଚନ ଲଢିବେ କି ନାହିଁ, ସେ ନେଇ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡିଛି । ତେବେ ଜାଣିରଖିବା ଉଚିତ୍ ଯେ, ମନୀଷ ତିୱାରୀ ଏହା ପୂର୍ବରୁ ୫ ବର୍ଷ ପର୍ଯ୍ୟନ୍ତ ଏନଏସୟୁଆଇ ଓ ୨ ବର୍ଷ ପର୍ଯ୍ୟନ୍ତ ଯୁବ କଂଗ୍ରେସର ଅଧ୍ୟକ୍ଷ ରହିସାରିଛନ୍ତି ।
ଖାଲି ସେତିକି ନୁହେଁ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିପାରନ୍ତି ବୋଲି ସୂଚନା ମିଳୁଛି । ଆସନ୍ତା ୩ରୁ ୪ ଦିନ ଭିତରେ ସେ ତାଙ୍କର ଦାବିଦାର୍ ରଖିବାକୁ ଯାଉଥିବା କୁହାଯାଉଛି । ତେଣୁ ଏପରି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାର୍ଚନ ପାଇଁ କେଉଁ କେଉଁ ନେତା ନାମାଙ୍କନ ଦାଖଲ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/09/Collage-Maker-22-Sep-2022-02.45-PM.jpg)