ଭୋଟ ହାତେଇବାକୁ ରାହୁଲଙ୍କ ମହିଳା କାର୍ଡ । ଜୟପୁରରୁ ଦେଲେ ଅଜଗ୍ର ପ୍ରତିଶ୍ରୃତି। କହିଲେ, କଂଗ୍ରେସ ଶାସନରେ ଆସିଲେ ମିଳିବ ପ୍ରତିମାସ ମିନିମମ ଗ୍ୟାରେଂଟ

ଭୋଟ ହାତେଇବାକୁ ରାହୁଲଙ୍କ ମହିଳା କାର୍ଡ । ଜୟପୁରରୁ ଦେଲେ ଅଜଗ୍ର ପ୍ରତିଶ୍ରୃତି। କହିଲେ, କଂଗ୍ରେସ ଶାସନରେ ଆସିଲେ ମିଳିବ ପ୍ରତିମାସ ମିନିମମ ଗ୍ୟାରେଂଟ

କୋରାପୁଟ ଜୟପୁର ଗସ୍ତରେ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଜୟପୁରରେ ଆୟୋଜିତ ମହିଳା ସମାବେଶରେ ସାମିଲ ହେବା ପରେ ଦଳୀୟ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ରାହୁଲ । ଜୟପୁର ଏକମ୍ବାରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶ ସାଧାରଣ ସଭାକୁ ଉଦ୍ବୋଧନ ଦେଇ ନବୀନ ସରକାରଙ୍କୁ ସମାଲୋଚନା କରିବା ସହିତ ଓଡିଶାରେ ସରକାର ଗଢିବାକୁ ରାଜ୍ୟବାସୀଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।ତେବେ ଓଡିଶାରେ କଂଗ୍ରେସ ସରକାର ଗଢିଲେ ରାଜ୍ୟବାସୀଙ୍କ ତଥା ଓଡିଶାର ମାଆ ଏବଂ ଭଉଣୀଙ୍କୁ ସମ୍ମାନ ସହ ଅନେକ ସୁବିଧା ମିଳିବା ନେଇ ସ୍ୱପ୍ନ ଦେଖାଇଛନ୍ତି ରାହୁଲ ।

publive-image

ରାହୁଲ କହିଛନ୍ତି କି, ଯଦି ଓଡିଶାରେ କଂଗ୍ରେସ ସରକାର ଗଢେ ତେବେ ରାଜ୍ୟବାସୀଙ୍କୁ ପ୍ରତିମାସ ମିନିମମ ଗ୍ୟାରେଂଟି ଆମଦାନୀ ଦେବ । ଯେ ପର୍ଯ୍ୟନ୍ତ ଓଡିଶାବାସୀ ଗରିବୀରୁ ନବାହାରିଛନ୍ତି ସେପର୍ଯ୍ୟନ୍ତ ଏହି ଟଙ୍କା ମିଳୁଥିବା ନେଇ ରାହୁଲ କହିଛନ୍ତି । ମହିଳା ଦିବସ ଅବସରରେ ଦେଶ ତଥା ଓଡିଶାର ସମସ୍ତ ମାଆ ଏବଂ ଭଉଣୀଙ୍କୁ ଧନ୍ୟାବାଦ ଜଣାଇବା ସହ ଓଡିଶାର ମହିଳାଙ୍କ ପାଇଁ ନେଇଥିବା ନିଷ୍ପତି ସଂପର୍କରେ ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି କି, ଯଦି କଂଗ୍ରେସ ଓଡିଶାରେ ସରକାର ଗଢେ ତେବେ

publive-image

- ଓଡିଶାରେ ପ୍ରତ୍ୟେକ ମହିଳାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ ।

- ପ୍ରତ୍ୟେକ ଗରିବ ଝିଅର ବିବାହ ପାଇଁ ଆର୍ଥିକ ସହାୟତା ଦିଆଯିବ

- ବିଧବା ପେନସନ ୨ ହଜାର ଟଙ୍କା ଦିଆଯିବ

- ପ୍ରତ୍ୟେକ ପଂଚାୟତରେ ଜଣେ ଲେଖାଏଁ ସ୍ୱେସିଆଲ ଅଫିସର, ଯିଏ କି ମହିଳାଙ୍କ ପାଇଁ ନିଯୁକ୍ତ କରାଯିବ. ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଶୁଣିବା ସହ ସେମାନଙ୍କୁ ନ୍ୟାୟ ଦେବାରେ ଏମାନେ ତାଙ୍କୁ ସାହାର୍ଯ୍ୟ କରିବେ

- ଯେଉଁ ମହିଳା ମାନେ ଛୋଟ ବ୍ୟବସାୟ ଚଳାଉଛନ୍ତି, ସେମାନଙ୍କ ପାଇଁ ଏକ ଫାଇନାନ୍ସିଆଲ କର୍ପୋରେସନ, ଯେଉଁମାନେ କି ସେମାନଙ୍କୁ ସହାୟତା କରିବ ଏବଂ ସେମାନଙ୍କର ବ୍ୟବସାୟକୁ ସଂପୂର୍ଣ୍ଣ ସହଯୋଗ କରିବ

publive-image

ଓଡିଶା ହେଉଛି ସବୁଠାରୁ ଗରୀବ ରାଜ୍ୟ, ନବୀନ ସରକାର ମାତ୍ର କେଇ ଜଣ ଅଫିସରଙ୍କୁ ନେଇ ଓଡିଶାକୁ ଚଳାଉଛନ୍ତି , ଆଦିବାସୀଙ୍କ ସ୍ୱର, ଗରିବଙ୍କ ସ୍ୱର, ଚାଷୀ ଏବଂ ଦଳିତଙ୍କ ସ୍ୱର ନବୀନ ସରକାରରେ ଚାଲୁନାହିଁ , କାହିଁକି ନା ନବୀନ ସରକାର ୪-୫ ଜଣ ଅଫିସରଙ୍କୁ ନେଇ ସରକାର ଚଳାଉଛନ୍ତି । ଯାହାର ପୁରା ଫାଇଦା ବଡ ବଡ ଅଫିସରଙ୍କୁ ମିଳୁଛି । କିନ୍ତୁ କଂଗ୍ରେସ ସରକାର କେବଳ ଓଡିଶାର ଜନତାଙ୍କ ସରକାର ବନାଇବାକୁ ଚାହୁଁଛି । ଆମେ ଚାହୁଁଛୁ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜନତାଙ୍କ ସ୍ୱର ଶୁଣାଯାଉ । ଆମେ ଆମର ମନ କଥାକୁ ଜଣାଇବାକୁ ଚାହୁଁନୁ ବରଂ ଜନତାଙ୍କ ମନ କଥା ଶୁଣି ସରାକର କରିବାକୁ ଚାହୁଁଛୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe