କନକ ବ୍ୟୁରୋ: ବିଧାନସଭାରେ ସରକାରଙ୍କୁ ଘେରିବାକୁ କଂଗ୍ରେସର ପ୍ରସ୍ତୁତି । ଆଜିଠୁ ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଥିବାବେଳେ ସୋମବାର ଅନୁଷ୍ଠିତ ହୋଇଛି କଂଗ୍ରେସ ବିଧାୟକ ଦଳ ବୈଠକ ।
ପୋଲାଭରମ ପ୍ରକଳ୍ପ ସହ ଭୂତ ରାସନ କାର୍ଡ କଥା ଗୃହରେ ଉଠାଇବ ଦଳ । ନକଲି କାର୍ଡ ଧାରୀଙ୍କୁ କେବେ ଧରାଯିବ? ଚାଉଳ ଦୁର୍ନୀତିର କେବେ ଖୁଲାସା ହେବ? ସେ ନେଇ ଗୃହରେ ପ୍ରଶ୍ନ କରିବ ଦଳ । ଏହାସହ ସ୍କୁଲରେ ଶିକ୍ଷକ ନିଯୁକ୍ତି, ପୁରୁଣା ପେନସନ ଲାଗୁ , ଆଇନ ଶୃଙ୍ଖଳା ପ୍ରସଙ୍ଗ ବି ଉଠାଇବ କଂଗ୍ରେସ। ଏନେଇ ବିଧାୟକ ଦଳ ବୈଠକରେ ଆଲୋଚନା କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/8-26.jpg)