କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ । ରାଜ୍ୟରେ ଲୋକସଭା ଓ ବିଧାନସଭାରେ ଭଲ ପ୍ରଦର୍ଶନ ସହ ଅଧିକରୁ ଅଧିକ ଆସନ ହାତେଇବାକୁ ଦିଲ୍ଲୀରେ ପ୍ରସ୍ତୁତ ହୋଇଛି ରଣନୀତି । ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତିି କଂଗ୍ରେସର ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଲ । ବୈଠକରେ ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ । କିଏ କେଉଁଠୁ ପ୍ରାର୍ଥୀ ହେବ ସେ ନେଇ ହୋଲି ପରେ ଘୋଷଣା ହେବ ତାଲିକା । ଓଡ଼ିଶାରେ କିପରି ଦଳକୁ ଅଧିକ ମଜଭୁତ କରାଯିବ ସେନେଇ ବୈଠକରେ ମାନଓ ମନ୍ଥନ ହୋଇଛି । ରାହୁଲ ଗାନ୍ଧୀ, ପିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖର୍ଗେଙ୍କ ସହ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ପ୍ରଚାର ପାଇଁ ଓଡ଼ିଶା ଆସିବାକୁ ଥିବା ବେଳେ ତାଙ୍କ ଗସ୍ତ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

Advertisment