ପିପିଲି ପାଇଁ କମର କଷିଲା ହାତ, ଆରମ୍ଭ ହେଲା ସଜବାଜ । ଉପ ନିର୍ବାଚନ ପାଇଁ ରୁଦ୍ଧଦ୍ୱାର ବୈଠକ ।

192

କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ପାଇଁ ସଜବାଜ ହେଉଛି କଂଗ୍ରେସ । ଆଜି ପିପିଲିରେ କଂଗ୍ରେସ କରିଛି ରୁଦ୍ଧଦ୍ୱାର ବୈଠକ । ଏଥିରେ ଉପସ୍ଥିତି ଅଛନ୍ତି ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ବାଳ ଓ ଅନ୍ୟାନ୍ୟ ସଦସ୍ୟ । ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପ ନିର୍ବାଚନ ହେବାକୁ ଥିବାରୁ କଂଗ୍ରେସ କମର କଷିବା ଆରମ୍ଭ କରିଛି ।

ସେପଟେ ପିପିଲି ଉପନିର୍ବାଚନ ପାଇଁ ଏବେ ମା ଓ ପୁଅଙ୍କ ନାଁକୁ ନେଇ ଚର୍ଚ୍ଚା । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏଠାରେ ଆଉ କିଛି ଦିନ ପରେ ଉପନିର୍ବାଚନ ହେବ । ଏଥିପାଇଁ ଜୋରଧରିଲାଣି ରାଜନୀତି ପାଣିପାଗ । ତେବେ ପିପିଲିରେ କାହାକୁ ବିଜେଡି ଟିକେଟ ମିଳିବ ତାହା ସ୍ପଷ୍ଟ ହୋଇନଥିବାବେଳେ କର୍ମୀ କିନ୍ତୁ ମା ପ୍ରତିଭା ମହାରଥୀ ଓ ପୁଅ ରୁଦ୍ର ମହାରଥୀଙ୍କ ପାଇଁ ବିଜେଡି କର୍ମୀ ଦୁଇଭାଗ ହୋଇଛନ୍ତି । ପିପିଲି ଓ ଡେଲାଙ୍ଗର କିଛି ସ୍ଥାନୀୟ ନେତା ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କୁ ଟିକେଟ ଦେଲେ ଭଲ ହେବ ବୋଲି ଖୋଲାଖୋଲି କହିଛନ୍ତି । ଗତକାଲି ରାତିରେ ପିପିଲି ଅଂଚଳର କିଛି ନେତା ଓ ୫ ଟି ଜିଲ୍ଲା ପରିଷଦର ସଭ୍ୟସଭ୍ୟା ଏ ନେଇ ନିଜର ମତ ରଖିଛନ୍ତି ।