କନକ ବ୍ୟୁରୋ : ମୟୁରଭଞ୍ଜରେ ଲୋକସଭା ଆସନରେ ୨୦୧୯ରେ କଡା ଟକ୍କର ଦେଖିବାକୁ ମିଳିଥିଲା । ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ଦେବାଶିଷ ମାର୍ଣ୍ଡିଙ୍କ ଠାରୁ ଅଳ୍ପ ଭୋଟରେ ହାରିିଥିଲେ । ଏଥରେ ବିଶ୍ୱେଶ୍ୱର ଟୁଡୁଙ୍କୁ ବିଜେପି ଟିକେଟ ଦେବ ନା ନାହିଁ ଚର୍ଚ୍ଚା ଜାରି ରହିଥିବାବେଳେ ବିଜେଡି ବି ଏଥର ଏହି ଆସନକୁ ଫୋକସ କରିଛି । ଖୋଦ ପ୍ରଣବ ପ୍ରକାଶ ଦାସ ମୟୁରଭଞ୍ଜରେ ବିଜେଡିର ଗଡ ସମ୍ଭାଳିଛନ୍ତି । ତେଣୁ ବିଜେଡି କାହାକୁ ଟିକେଟ ଦେବ ସେ ଉପରେ ସମସ୍ତଙ୍କ ନଜର ରହିଛି ।

Advertisment

ବ୍ରହ୍ମପୁର ଲୋକସଭା ଆସନ ଲଢେଇ ଏଥର ରୋଚକ ହେବ ବୋଲି କୁହାଯାଉଛି । ବିଜେପିରେ ସାମିଲ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରେ ବୋଲି ଚର୍ଚ୍ଚା ହେଉଛି । ଏଭଳି ହେଲେ ବିଜେଡିରୁ ଚନ୍ଦ୍ରଶେଖର ସାହୁ ନା ଆଉ କିଏ ପ୍ରାର୍ଥୀ ହେବ ସେ ନେଇ ଉକ୍ରଣ୍ଠା ବଢିଯାଇଛ । କୁହାଯାଉଛି, ବର୍ତମାନର ସାଂସଦ ଚନ୍ଦ୍ରଶେଖର ସାହୁ ଲଢିବା ପାଇଁ ଇଚ୍ଛୁକ ନାହାନ୍ତି । ୨୦୧୯ରେ ଏଠାରେ ବିଜେଡିର ଭୋଟ ବ୍ୟବଧାନ ଅଧିକ ଥିଲା । ବିଜେପିର ଭୃଗୁ ବକ୍ସିପାତ୍ର ୩୫.୨୬% ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ୪୪.୮୪% ଭୋଟ ପାଇଥିଲେ ।

ନବରଙ୍ଗପୁରରେ ପ୍ରଦୀପ ମାଝି ୨୦୧୯ରେ କଂଗ୍ରେସରୁ ଲଢିଥିଲେ । ଏବେ ବିଜେଡିରେ ମିିିଶିସାରିଛନ୍ତି । ତେଣୁ ବିଜେଡି ପ୍ରଦୀପ ମାଝିଙ୍କ ଉପରେ ଭରସା କରିବ ବର୍ତମାନର ସାଂସଦ ରମେଶ ମାଝିଙ୍କୁ ଟିକେଟ ଦେବ ତାକୁ ନେଇ ଉକ୍ରଣ୍ଠା ବଢୁଛି । ବିଜେପିରୁ ମଧ୍ୟ ବଳଭଦ୍ର ମାଝି ଆଶାୟୀ ଅଛନ୍ତି । ୨୦୧୪ରୁ ୨୦୧୯ ଯାଏଁ ବଳଭଦ୍ର ବିଜେଡିର ସାଂସଦ ଥିଲେ । କିନ୍ତୁ ୨୦୧୯ ପୂର୍ବରୁ ବିଜେପିରେ ସାମିଲ ହୋଇ ଲଢିଥିଲେ ।