ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ : ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ସରିଥିଲା ପ୍ରସ୍ତୁତି; ଆଜି ପିପିଲିରେ ପହଞ୍ଚିଥାନ୍ତେ ପୁଲିଂ ପାର୍ଟି 

ସେପଟେ, ଅଜିତ ମଙ୍ଗରାଜଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ପିସିସି କାର୍ଯ୍ୟାଳୟରେ ଏକ ଶୋଭସଭାର

164

କନକ ବ୍ୟୁରୋ : ଆଗାମୀ ୧୭ରେ ପିପିଲି ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ସରିଥିଲା ସମସ୍ତ ପ୍ରସ୍ତୁତି । ଏପରିକି ଆଜି ପିପିଲିରେ ପହଂଚିଥାନ୍ତି ପୁଲିଂ ପାର୍ଟି । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପୁଲିଂ ପାର୍ଟି ଓ ପ୍ରିଜାଇଡିଂ ଅଫିସରଙ୍କୁ ଦିଆଯାଇଥିଲା କରୋନା ଟିକା । ନିର୍ବାଚନ ପରିଚାଳନା ନେଇ ଦୁଇ ଦୁଇ ଥର ପ୍ରଶିକ୍ଷଣ ବି ନେଇସାରିଥିଲେ । ୧୧୦ନମ୍ବର ପିପିଲି ବିଧାନସଭାରେ ଉପନିର୍ବାଚନ ପାଇଁ ୩୪୮ବୁଥରେ ଭୋଟ ଗ୍ରହଣ ହେବାର ଥିଲା ।

ପ୍ରତି ବୁଥରେ ୪ଜଣ ପୁଲିଂ ପାର୍ଟି ଓ ପ୍ରିଜାଇଣ୍ଡିଂ ଅଫିସରଙ୍କ ସହ ଜଣେ ଲେଖାଏଁ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥାନ୍ତା । ନିର୍ବାଚନ ପାଇଁ ଆଜି କର୍ମଚାରୀମାନେ ଯିବା ଲାଗି ଗାଡି ବି ଠିକ୍ ହୋଇସାରିଥିଲା । ହେଲେ କଂଗ୍ରେସର ପିପିଲି ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଖବର ପରେ ସବୁ କିଛି ବନ୍ଦ ହୋଇଗଲା । ଏପରିକି ଆଜି ପ୍ରଚାରର ଶେଷ ଦିନ ହୋଇଥିବା ବେଳେ ଗତକାଲି ଅଧାରୁ ପ୍ରଚାର ବନ୍ଦ କରିଥିଲେ ୩ପ୍ରମୁଖ ରାଜନୈତିକ ଦଳ । ଆଜି ଦିବଙ୍ଗତ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ପିସିସି କାର୍ଯ୍ୟାଳୟରେ ଏକ ଶୋଭସଭାର ଆୟୋଜନ କରାଯାଇଛି ।