ନୂଆପଡାରୁ ପିସିସି ସଭାପତି କଂଗ୍ରେସ ପ୍ରାର୍ଥୀ । ଶରତ ପଟ୍ଟନାୟକଙ୍କୁ ସିପାହୀ କଲା କଂଗ୍ରେସ ।

407

କନକ ବ୍ୟୁରୋ: ଘୋଷଣା ହେଲା କଂଗ୍ରେସର ପ୍ରାର୍ଥୀ ତାଲିକା । ବହୁ ଚର୍ଚ୍ଚା ଆଲୋଚନା ପରେ ଶେଷରେ କଂଗ୍ରେସ ଘୋଷଣା କରିଛି ତାର ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା । ଲୋକସଭା ପାଇଁ ୮ଟି ଆସନ ଏବଂ ବିଧାନସଭା ପାଇଁ ୪୯ଟି ଆସନରୁ ୪୭ ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ବାକି ୨ ଆସନ ସହଯୋଗୀଙ୍କ ପାଇଁ ଛାଡିଛି ।

ତେବେ ବିଭିନ୍ନ ହେଭିୱେଟ୍ ନେତାଙ୍କୁ କଂଗ୍ରେସ ଟିକେଟ ଦେଇଥିବା ବେଳେ ନୂଆପଡା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସ ଶରତଙ୍କୁ ନୂଆପଡାରୁ ଯୋଦ୍ଧା କରିଥିବା ବେଳେ ବିଜେପି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ଏବଂ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କୁ ସେଠାରୁ ଟିକେଟ୍ ଦେଇଛି । ନୂଆପଡାରୁ ଦୁଇ ବଡ ଚେହେରା ଲଢୁଥିବା ବେଳେ ସେ ଆସନ ଉପରେ ସମସ୍ତଙ୍କ ନଜର ରହିବ ।